ବିଦ୍ୟୁତ୍ ଆଘାତରେ ନାବାଳିକା ଗୁରୁତର: ଘଟଣାକୁ ଚାପି ଦେବାକୁ ଉଦ୍ୟମ!

You are currently viewing ବିଦ୍ୟୁତ୍ ଆଘାତରେ ନାବାଳିକା ଗୁରୁତର: ଘଟଣାକୁ ଚାପି ଦେବାକୁ ଉଦ୍ୟମ!

ଅନୁଗୁଳ: ସ୍ନାନ ପୂର୍ଣ୍ଣିମା ଦିନ ଅନୁଗୁଳ ଶୈଳଶ୍ରୀ କ୍ଷେତ୍ରରେ ଜଣେ ସେବାୟତଙ୍କୁ ସ୍ନାନ ମଣ୍ଡପରେ ବିଦ୍ୟୁତ୍ ଆଘାତ ଲାଗିଥିଲା। ସେ ଅଳ୍ପକେ ବଞ୍ଚି ଯାଇଥିଲେ। ତେବେ ମନ୍ଦିର ପରିଚାଳନା କମିଟି ଏଥିରୁ କିଛି ଶିଖି ନଥିଲା। ରଥଯାତ୍ରା ଦିନ ରାତି ପ୍ରାୟ ସାଢେ଼ ୯ଟା ବେଳେ ଅନୁଗୁଳ ହନୁମାନ ବଜାର ବାସିନ୍ଦା ମା’ ଝିଅ ରଥରେ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଯାଇଥିଲେ।

ଝିଅ ଜଣକ ଦୀପ ଲଗାଇ ଥୋଇବାକୁ ଗଲାବେଳେ ଭୁଲରେ ତଳେ ଥିବା ତାର ଉପରେ ଗୋଡ଼ ପକାଇ ଦେଇଥିଲେ। ରଥ ଉପରକୁ ପକାଯାଇଥିବ ହାଲୋଜେନ୍ ତାର ଗୋଟିଏ ସ୍ଥାନରେ ଖୋଲା ଥିଲା ଏବଂ ସେଥିରେ ବ୍ଲାକ ଟେପ୍ ନଥିଲା।ତେଣୁ ନାବାଳିକା ଜଣକ ବିଦ୍ୟୁତ୍ ଆଘାତରେ ତଳେ ଖସି ପଡ଼ିଥିଲେ।ମା’ ଅନ୍ୟ କିଛି ଲୋକଙ୍କ ସହାୟତାରେ ଗୁରୁତର ଝିଅକୁ ସ୍ଥାନୀୟ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ।ସେଠାରେ ଦୁଇ ଦିନ ଧରି ଚିକିତ୍ସା ଚାଲିବା ପରେ ସେ ଆଜି ସାମାନ୍ୟ ସୁସ୍ଥ ହୋଇଛନ୍ତି ବୋଲି  ପିତା ସରୋଜ ପଣ୍ଡା ସୂଚନା ଦେଇଛନ୍ତି।

ତେବେ ରଥକୁ ଅବା ମନ୍ଦିରକୁ ବିଦ୍ୟୁତ୍ ଯୋଗାଉଥିବା ସଂସ୍ଥାଙ୍କ ଖାମଖିଆଲି ମନୋଭାବ ଏବଂ ପରିଚାଳନା କମିଟିର ଅପାରଗତା ଯୋଗୁଁ ନାବାଳିକା ଜଣକ ଅଳ୍ପକେ ବଞ୍ଚି ଯାଇଥିଲେ। ତେବେ ଘଟଣାକୁ ଚାପି ଦେବାକୁ ବିଭିନ୍ନ ମହଲରେ ଉଦ୍ୟମ କରାଯାଇଥିବା ଅଭିଯୋଗ ହେଉଛି।

Share

Leave a Reply