ବୁଲେଟ ଧକ୍କାରେ ୫ ବର୍ଷର ଝିଅ ଗୁରୁତର, କଟକ ସ୍ଥାନାନ୍ତର

You are currently viewing ବୁଲେଟ ଧକ୍କାରେ ୫ ବର୍ଷର ଝିଅ ଗୁରୁତର, କଟକ ସ୍ଥାନାନ୍ତର

 

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅଧୀନସ୍ଥ ତୁବେ ଗାଁ ଛକରେ ବୁଲେଟ ଧକ୍କାରେ ୫ ବର୍ଷର ଝିଅ ଗୁରୁତର ହୋଇଛି। ସେ ତୁବେ ଗାଁର ତପନ ସାହୁଙ୍କ ଝିଅ ବୋଲି ଜଣାପଡ଼ିଛି। ସୂଚନା ମୁତାବକ, ସେ ଟିଉସନରୁ ଫେରୁଥିବା ବେଳେ ପଛରୁ ଆସୁଥିବା ଏକ ବୁଲେଟ ତାକୁ ଧକ୍କା ଦେଇଥିଲା। ଫଳରେ ସେ ଗୁରୁତର ହୋଇପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଅବସ୍ଥା ସଂକଟାପନ୍ନ ହେବାରୁ କଟକ ସ୍ଥାନାନ୍ତର କରାଯାଇଛି। ତେବେ ଗ୍ରାମବାସୀ ବୁଲେଟ ଚାଳକକୁ ଅଟକ ରଖିଥିବା ଜଣାପଡ଼ିଛି।

Share

Leave a Reply