ଜନଗହଳି ବଜାରସ୍ଥିତ ଶୌଚାଳୟର ଲୁହା ଗ୍ରୀଲ ତାଡ଼ି ନେଲେ ଦୁର୍ବୃତ୍ତ, କେହି ଜାଣିପାରିଲେନି

You are currently viewing ଜନଗହଳି ବଜାରସ୍ଥିତ ଶୌଚାଳୟର ଲୁହା ଗ୍ରୀଲ ତାଡ଼ି ନେଲେ ଦୁର୍ବୃତ୍ତ, କେହି ଜାଣିପାରିଲେନି

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରର ରାମଚନ୍ଦ୍ର ବଜାରରେ ଥିବା ଶୌଚାଳୟର ଲୁହାଗ୍ରୀଲ ତାଡ଼ି ନେଲେ ଦୁର୍ବୃତ୍ତ। ବୁଧବାର ବିଳମ୍ବିତ ରାତ୍ରିରେ କେହି ଦୁର୍ବୃତ୍ତ ଏହି କାଣ୍ଡ ଭିଆଇଛି। ଆଜି ସକାଳେ ଏହି ଘଟଣା ସାମ୍ନାକୁ ଆସିବା ପରେ ଲୋକେ ଥାନାରେ ଅଭିଯୋଗ କରିଛନ୍ତି।

ସୂଚନା ଅନୁଯାୟୀ, ରାମଚନ୍ଦ୍ର ବଜାରରେ ଥିବା ସୁଲଭ ଶୌଚାଳୟ ଦୀର୍ଘବର୍ଷ ହେବ ଅବ୍ୟବହୃତ ହୋଇ ପଡ଼ିରହିଥିଲା।ପୌର ପରିଷଦ ପକ୍ଷରୁ ଏହାକୁ ଭାଙ୍ଗି ଏଠାରେ ଏକ ମଲ୍ଟି ପରପଜ ମଣ୍ଡପ ନିର୍ମାଣ ହେବାକୁ ପ୍ରସ୍ତାବ ରହିଛି। ତେବେ ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ବୁଧବାର ରାତି ୧୦ଟା ପର୍ଯ୍ୟନ୍ତ ଗେଟରେ ତାଲା ପଡ଼ିଥିଲା। କିନ୍ତୁ ଦୁଇ ଘଣ୍ଟା ପରେ ଅର୍ଥାତ ରାତି ୧୨ଟା ବେଳକୁ ସେଠାରେ ଗ୍ରୀଲ ଆଉ ନାହିଁ। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ତାଳଚେର ପୋଲିସ ଏହି ଚୋରି ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ କରି ଗ୍ରୀଲ ଚୋରକୁ ଧରିବା ପାଇଁ ସାଧାରଣରେ ଦାବି ହେଉଛି।

Share

Leave a Reply