ଉତ୍‌ଶୃଙ୍ଖଳ ଆଚରଣ ପାଇଁ ବିଧାୟକ କ୍ଷମା ମାଗନ୍ତୁ : ବିଜେପି

You are currently viewing ଉତ୍‌ଶୃଙ୍ଖଳ ଆଚରଣ ପାଇଁ ବିଧାୟକ କ୍ଷମା ମାଗନ୍ତୁ : ବିଜେପି

ଅନୁଗୁଳ: ଦୀର୍ଘଦିନ ହେବ କ୍ଷମତାରେ ରହି ବିଧାୟକ ଧରା କୁ ସରା ମଣୁଛନ୍ତି। ଅନୁଗୁଳର ବରପୁତ୍ର ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମ କ୍ରମେ ଅନୁଗୁଳ ଜିଲ୍ଲାର ବିକାଶ ପାଇଁ ସବୁମନ୍ତେ ଉଦ୍ୟମ ହେଉଛି।

ସେ ମେଡିକାଲ କଲେଜ ହେଉ କି ତାଳଚେର ସାର କାରଖାନା, ଟିଟିପିଏସ୍‌ର ପୁନରୁଦ୍ଧାର ହେଉ କି ଜାତୀୟ ରାଜପଥ ନିର୍ମାଣ ସବୁଥିରେ ଧର୍ମେନ୍ଦ୍ରଙ୍କ ହାତ ରହିଛି।ଏଥିରେ ଅସହିଷ୍ଣୁ ହୋଇ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ନିକଟରେ ତାଳଚେର ସୁରକ୍ଷାମଞ୍ଚ କର୍ମକର୍ତା ସମେତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ପିତା ଦେବେନ୍ଦ୍ର ପ୍ରଧାନ ଙ୍କୁ ଯେଭଳି କଦର୍ଯ୍ୟ ଭାଷାରେ ଗାଳି ଗୁଳଜ କଲେ ତାକୁ ଜିଲ୍ଲା ବିଜେପି ପକ୍ଷରୁ କଡା ଶବ୍ଦରେ ନିନ୍ଦା କରାଯାଇଛି।

ପାର୍ଟି ଅଫିସରେ ବୁଧବାର ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏଥିନେଇ ବିଜେପି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ତାଙ୍କ ବହିଷ୍କାର ଦାବି କରାଯାଇଛି।ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ,ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ର ପାଣି, ଅଶୋକ ମହାନ୍ତି, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ପ୍ରତାପ ପ୍ରଧାନ, ଯଯାତି କେଶରୀ ପଟ୍ଟନାୟକ, ପ୍ରତିମା ମିଶ୍ର, ଦିଲୀପ ପ୍ରଧାନ ଓ ସୁଦୀପ ଗଡନାୟକ ପ୍ରମୁଖ ଉପସ୍ଥିତ ଥିଲେ।ଏଠାରେ ସୂଚନା ଯୋଗ୍ୟ ଯେ ବିଧାୟକଙ୍କ ଏହି ଗାଳି ଗୁଲଜ ସୋସିଆଲ ମିଡିଆରେ ବେଶ ଭାଇରଲ ହେବା ପରେ ବିଜେପି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।

Share

Leave a Reply