ସାପଘରା ପଞ୍ଚାୟତରେ ବିଭିନ୍ନ ଯୋଜନା ନେଇ ସମୀକ୍ଷା କଲେ ଆଠମଲ୍ଲିକ ବିଧାୟକ, ରାସ୍ତା-ବିଜୁଳି-ଜଳ ସମସ୍ୟାର ସମାଧାନ ପାଇଁ ଦେଲେ ନିର୍ଦ୍ଦେଶ

You are currently viewing ସାପଘରା ପଞ୍ଚାୟତରେ ବିଭିନ୍ନ ଯୋଜନା ନେଇ ସମୀକ୍ଷା କଲେ ଆଠମଲ୍ଲିକ ବିଧାୟକ, ରାସ୍ତା-ବିଜୁଳି-ଜଳ ସମସ୍ୟାର ସମାଧାନ ପାଇଁ ଦେଲେ ନିର୍ଦ୍ଦେଶ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ସାପଘରା ପଞ୍ଚାୟତର ବିଭିନ୍ନ ଗାଁରେ ସମୀକ୍ଷା କରିଛନ୍ତି ବିଧାୟକ। ଆଠ ମଲ୍ଲିକ ବିଧାୟକ ନଳିନୀକାନ୍ତ ପ୍ରଧାନ ଲକ୍ଷ୍ମୀପୁର, ସାପଘରା, ଖମାର, ଶିଶୁକଟା, ବନ୍ତୁଲ, ଆମ୍ବନାଳୀ, ବରମୁଣ୍ଡା, ରାଇନାଳୀ, ବାତ୍ରାଖୋଳ ଗ୍ରାମରେ ବୁଧବାର ସମୀକ୍ଷା ବୈଠକ କରିଛନ୍ତି। ପଞ୍ଚାୟତରେ ଥିବା ସମସ୍ତ ସମସ୍ୟା ଲୋକଙ୍କ ଠାରୁ ବୁଝିବା ସହ ଶୀଘ୍ର ସମାଧାନ ଉପରେ ବିଧାୟକ ଗୁରୁତ୍ୱାରୋପ କରିଥିଲେ। ରାସ୍ତା, ପାନୀୟ ଜଳ, ବିଜୁଳି ସହ ଅନ୍ୟାନ୍ୟ ସମସ୍ୟାର ତ୍ୱରିତ ସମାଧାନ ପାଇଁ ବିଧାୟକ ନିର୍ଦ୍ଦେଶ ଦେଇଥିଲେ।

ବୈଠକରେ ବ୍ଲକ ବିଜେଡି ସଭାପତି ମହେଶ୍ବର ଦେହୁରି, ସାପଘରା ପଞ୍ଚାୟତ ସରପଞ୍ଚ କୈଳାସ ଚନ୍ଦ୍ର ସାହୁ, ରାହାସ ସାହୁ, ସମିତିସଭ୍ଯ ଦିଲ୍ଲୀପ କୁମାର ନାୟକ, ଅଶୋକ କୁମାର ପ୍ରଧାନ, ପ୍ରଦୀପ ବିଶ୍ଵାଳ, ଯଦୁମଣି ନାୟକ, ଅନିରୁଦ୍ଧ ସାହୁ, ସଞ୍ଜୟ କୁମାର ପ୍ରଧାନ, ସଞ୍ଜୟ କୁମାର ସାହୁ, ଜିତେନ୍ଦ୍ର ସାହୁ, ଚେମାର ସାହୁ, ସୁମନ୍ତ କୁମାର ନାୟକ, ପୀତବାସ ବେହେରା, ରୁନା ବେହେରାଙ୍କ ସମେତ ବହୁ ବିଜେଡି ନେତା ଉପସ୍ଥିତ ଥିଲେ।

Share

Leave a Reply