କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଓ ଖଣି ମନ୍ତ୍ରୀଙ୍କ ସହ ଅନୁଗୁଳର ବିକାଶ ନେଇ ଆଲୋଚନା କଲେ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ

You are currently viewing କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଓ ଖଣି ମନ୍ତ୍ରୀଙ୍କ ସହ ଅନୁଗୁଳର ବିକାଶ ନେଇ ଆଲୋଚନା କଲେ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ

ଅନୁଗୁଳ: ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନୂଆଦିଲ୍ଲୀ ବାସଭବନରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ କିସନ ରେଡ୍ଡି ଗଙ୍ଗପୁରମଙ୍କ ସହିତ ସାକ୍ଷାତ କରି ଅନୁଗୁଳ ନାଲକୋ ଆଖପାଖରେ ଥ‌ିବା ଅଂଚଳର ବିକାଶ ପାଇଁ ଆଲୋଚନା କରିଛନ୍ତି।

ବିଧାୟକ ଶ୍ରୀ ପ୍ରଧାନ କୁଲାଡ଼, ଗିରାଙ୍ଗ, ଗୋତମରା, ବଳରାମପ୍ରସାଦ, ତୁଳସୀପାଳ, ବନ୍ଦା, ବଅଁରପାଳ, ବେନୁପୁର, ଗୋପିନାଥପୁର, ବୁଢ଼ାପଙ୍କ, କୁକୁଡ଼ାଙ୍ଗ, କୁରୁଡୁଲ, କାଣ୍ଡସର ଓ ଅନୁଗୁଳ ମ୍ୟୁନିସିପାଲଟି ଆଦି ଅଞ୍ଚଳରେ ନାଲକୋ ପାରିପାର୍ଶ୍ବକ ଉନ୍ନୟନ ପାଣ୍ଠିରୁ ଉନ୍ନତିମୂଳକ କାର୍ଯ୍ୟ ପାଇଁ ଆଲୋଚନା କରିଥିଲେ। ଏ ଅବସରରେ ଜମିହରା ପ୍ରଜାଙ୍କୁ କେମିତି ନିଯୁକ୍ତି ମିଳିବ ସେ ସମ୍ପର୍କରେ ଦୁଇ ମନ୍ତ୍ରୀ ସହିତ ସେ ଆଲୋଚନା କରିଛନ୍ତି। ଏଥିସହ ଅନୁଗୁଳ ଓ କୁଲାଡ଼ ଟ୍ରକ୍ ମାଲିକ ସଂଘକୁ କିପରି ଅଧିକରୁ ଅଧିକ ପରିବହନ ପାଇଁ ଆଲୁମିନିୟମ ମିଳିବ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଏହି ସବୁ ବିଷୟ ଗୁଡିକୁ ଗୁରୁତ୍ବ ସହ ନେଇ ତୁରନ୍ତ ସମାଧାନ ପାଇଁ  ନିର୍ଦ୍ଦେଶ ଦେଇଥ‌ିବାରୁ ବିଧାୟକ ଶ୍ରୀ ପ୍ରଧାନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଓ ଖଣି ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

ବୈଠକରେ କେନ୍ଦ୍ର କୋଇଲା ଓ ଖଣି ବିଭାଗର ଜଏଣ୍ଟ ସେକ୍ରେଟାରୀ ଶ୍ରୀ ବାଜପେୟୀ, କୁଲାଡ଼ ଟ୍ରକ୍ ମାଲିକ ସଂଘ ତଥା ନାଲକୋ କଣ୍ଟ୍ରାକ୍ଟର ସଂଘର ସଭାପତି ମନୋରଞ୍ଜନ ଜେନା, ଅନୁଗୁଳ ଟ୍ରକ୍ ମାଲିକ ସଂଘର ସଭାପତି ଅମରେଶ ସ୍ବାଇଁ, ଅନୁଗୁଳ ଟ୍ରକ୍ ମାଲିକ ସଂଘ ସମ୍ପାଦକ ରଜତ ମହାପାତ୍ର, ଅନୁଗୁଳ ବିଜେପି ନେତା ଦୁଃଖବନ୍ଧୁ ସାହୁ, କୁଲାଡ଼ ଟ୍ରକ୍ ମାଲିକ ସଂଘର ସଦସ୍ୟ ରିଙ୍କୁ ସାମନ୍ତ ସିଂହ ଉପସ୍ଥିତ ଥିଲେ।

Share

Leave a Reply