ପାଳଲହଡ଼ା ବ୍ଲକରେ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କଲେ ବିଧାୟକ: ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ପରାମର୍ଶ

You are currently viewing ପାଳଲହଡ଼ା ବ୍ଲକରେ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କଲେ ବିଧାୟକ: ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ପରାମର୍ଶ

ପାଳଲହଡ଼ା: ପାଳଲହଡ଼ା ବ୍ଲକ ପଞ୍ଚାୟତ ସମିତି ସଭା ଗୃହ ଠାରେ ବିଡିଓ ଦିଲ୍ଲୀପ କୁମାର ବାଡାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି ଯୋଗଦେଇ ବ୍ଲକର ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ।

ଏ ଅବସରରେ ସେ ଉନ୍ନୟନ କାର୍ଯ୍ୟ ପୂର୍ବରୁ ନାମ ଫଳକ ଲଗାଇବାକୁ, ରାସ୍ତା-ପୋଖରି ଆଦି ବିଭିନ୍ନ କାର୍ଯ୍ୟର ବିଲ ପାଇଁ ବିଳମ୍ବ ହେଉଥିବାରୁ ତୁରନ୍ତ ଅସମ୍ପୂର୍ଣ୍ଣ କାମ ଶେଷ କରିବାକୁ ପରାମର୍ଶ ଦେଇଥିଲେ। କେନ୍ଦ୍ର ସରକାର ଓ ରାଜ୍ଯ ସରକାରଙ୍କ ଯୋଜନାକୁ ଘରେ ଘରେ ପହଞ୍ଚାଇବାକୁ ସେ ଗୁରୁତ୍ଵ ଦେଇଥିଲେ।

ଖାସ୍ କରି ନଗିରା, ବରଡିହ, ବଂଧାଭୁଈ ଆଦି ପାଉଡି ଭୂୟାଁ ଅଞ୍ଚଳରେ ଗରିବ ଲୋକଙ୍କ ପାଖରେ ପହଞ୍ଚି ରାସନ ଏବଂ ଭତ୍ତା ଦେବାକୁ ବିଧାୟକ ନିର୍ଦ୍ଦେଶ ଦେଇଥିଲେ। ଏହି ବୈଠକରେ ସମସ୍ତ ବ୍ଲକ ଅଧିକାରୀ, ଜିଆରଏସଙ୍କ ସମେତ ବ୍ଲକ ଅଧ୍ୟକ୍ଷା ରୀନାରାଣୀ ନାଏକ, ସହକାରୀ ଯନ୍ତ୍ରୀ ଅଞ୍ଜନ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply