ଦୁର୍ଘଟଣାରେ ଆହତଙ୍କୁ ଡାକ୍ତରଖାନା ନେଲେ ବିଧାୟକ

You are currently viewing ଦୁର୍ଘଟଣାରେ ଆହତଙ୍କୁ ଡାକ୍ତରଖାନା ନେଲେ ବିଧାୟକ

ଅନୁଗୁଳ: ଆଜି ଦିନ ପ୍ରାୟ ଦଶଟା ବେଳେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଅନୁଗୁଳ ଗସ୍ତରେ ଆସୁଥିବାବେଳେ କର୍ଣ୍ଣପୁର ନିକଟରେ ସଡକ ଦୁର୍ଘଟଣାରେ ଜଣେ ଯୁବକ ଆହତ ହୋଇ ରାସ୍ତା କଡ଼ରେ ପଡିଥିବାର ଦେଖିଥିଲେ।

ବିଧାୟକ ଶ୍ରୀ ପ୍ରଧାନ ଏହା ଦେଖି ତୁରନ୍ତ ଗାଡ଼ି ଅଟକାଇ ଆହତ ଯୁବକ କୁ ଉଦ୍ଧାର କରିବା ସହ ଅନୁଗୁଳ ଡାକ୍ତର ଖାନା ରେ ଭର୍ତି କରାଇଥିଲେ। ଏଥି ସହ ଅସ୍ଥିଶଲ୍ୟ ବିଭାଗର ମୁଖ୍ୟ ଡ଼ା ଜ୍ଞାନ ରଞ୍ଜନ ବିଶ୍ଵାଳଙ୍କ ସହ କଥା ହୋଇଥିଲେ। ଅନୁଗୁଳ ଡାକ୍ତରଖାନାରେ ଅସ୍ଥିଶଲ୍ୟ ବିଭାଗର କୌଣସି ଅସ୍ତ୍ରୋପଚାର ହେଉନଥିବା ଜାଣି କ୍ଷୋଭ ପ୍ରକାଶ କରିବା ସହ ଏଥିନେଇ କଣ ସମସ୍ୟା ରହିଛି ସେଥିନେଇ ସେ ଜିଲ୍ଲାପାଳ ତଥା ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ କଥା ହେବେ ବୋଲି କହିଥିଲେ। ବିଧାୟକ ଶ୍ରୀ ପ୍ରଧାନଙ୍କ ଏଭଳି ମଣିଷ ପଣିଆ ନେଇ ସାଧାରଣରେ ପ୍ରଶଂସା କରାଯାଇଛି ।

Share

Leave a Reply