ଅନୁଗୁଳ: ଅନୁଗୁଳ ପୁଲିସ ବୁଧବାର ଏକ ମୋବାଇଲ ଛିନତାଇ ଅଭିଯୋଗରେ ଜଣେ ନାବାଳକଙ୍କସହ ଜଣଙ୍କୁ ଗିରଫକରିଛି। ସୂଚନା ମୁତାବକ, ଗତ ୧୫ ତାରିଖରେ ଲେବର ଅଫିସ ସମ୍ମୁଖରେ ଚାଲିଚାଲି ଯାଉଥିବା କାଜଲ ସାହୁ ନାମକ ଜଣେ ଯୁବତିଙ୍କ ମୋବାଇଲକୁ ବାଇକରେ ଆସି ୩ଜଣ ଯୁବକ ଛଡ଼ାଇନେଇ ପଳାଇଥିଲେ। ଏ ନେଇ କାଜଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରିଥିଲା। ଏଥିରେ ସମ୍ପୃକ୍ତ ଥିବା ଜଣେ ନାବାଳକ ଓ ଅନ୍ୟ ଜଣଙ୍କୁ ବୁଧବାର ଗିରଫକରିଛି। ସୋମନଙ୍କଠାରୁ ଚୋରି ମୋବାଇଲ ଉଦ୍ଧାର କରାଯାଇଛି। ନାବାଳକଙ୍କୁ ପର୍ଯ୍ୟବେକ୍ଷଣ ଗୃହକୁ ପଠାଯାଇଥିବା ବେଳେ ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଛି। ଉଦ୍ଧାର ମୋବାଇଲକୁ କାଜଲଙ୍କୁ ହସ୍ତାନ୍ତର କରାଯାଇଛି।
ମୋବାଇଲ ଛିନତାଇ ଅଭିଯୋଗରେ ନାବାଳକଙ୍କସହ ଜଣେ ଗିରଫ
- Post published:December 22, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau

Tags: Angul