ପୂଜକଙ୍କ ମୋବାଇଲ ଫୋନ ଚୋରି ଉତ୍ତମ ମଧ୍ୟମ ଖାଇଲା ଚୋର, ପୋଲିସ ଜିମା ଦେଲେ ସ୍ଥାନୀୟ ଲୋକେ

You are currently viewing ପୂଜକଙ୍କ ମୋବାଇଲ ଫୋନ ଚୋରି ଉତ୍ତମ ମଧ୍ୟମ ଖାଇଲା ଚୋର, ପୋଲିସ ଜିମା ଦେଲେ ସ୍ଥାନୀୟ ଲୋକେ

ଅନୁଗୁଳ: ପୂଜକଙ୍କ ମୋବାଇଲ ଫୋନ ଚୋରି କରି ଧରାପଡ଼ିଲା ଯୁବକ। ଉତ୍ତମ ମଧ୍ୟମ ଦେଲେ ଲୋକେ।ଅନୁଗୁଳ ଟାଉନ ଥାନା ଅଧୀନସ୍ଥ ଶୈଳ ଶ୍ରୀକ୍ଷେତ୍ର ନିକଟରେ ଥିବା ଶିବ ମନ୍ଦିରର ପୂଜକଙ୍କ ମୋବାଇଲ ଫୋନ ଚୋରି କରି ଜଣେ ଯୁବକ ଧରପଡିଛି। ଲୋକେ ତାକୁ ବହେ ଛେଚିବା ପରେ ପୋଲିସ ଜିମା ଦେଇଛନ୍ତି। ଗିରଫ ଯୁବକ ହେଲେ ମହୀଧରପୁର ଅଞ୍ଚଳର ମନୋଜ ଧର (୩୫)।

ସୂଚନା ମୁତାବକ, ମନୋଜ ଆଜି ସ୍ଥାନୀୟ ଶିବ ମନ୍ଦିରକୁ ଆସି ପୂଜକଙ୍କୁ ପାଦୁକ ମାଗିଥିଲେ। ପାଦୁକ ନେବା ବେଳେ ସେ ପୂଜକଙ୍କ ମୋବାଇଲ ଫୋନ ନେଇ ପଳାଇ ଥିଲା। ପୂଜକ ମୋବାଇଲ ଖୋଜିବା ପରେ ନ ପାଇବାରୁ ମନୋଜଙ୍କୁ ସନ୍ଦେହ କରିଥିଲେ। ସେ ଖୋଜି ଖୋଜି ଯାଇ ଦେଖିଲା ବେଳକୁ ମନୋଜ ସ୍ଥାନୀୟ ଗୋପବନ୍ଧୁ ପାର୍କରେ ବସି ନିଶା ସେବନ କରୁଛି। ତାକୁ ଧରି ମନ୍ଦିର ନିକଟ ଆଣି ପଚରାଉଚରା କରିଥିଲେ। ସେ ମୋବାଇଲ ଚୋରି କରି ଭାଙ୍ଗି ଦେଇଥିବା ମାନିଥିଲା। ସ୍ଥାନୀୟ ଲୋକେ ତାକୁ ପିଟିବା ପରେ ପୋଲିସ ଜିମା ଦେଇଥିବା ଜଣାଯାଇଛି।

Share

Leave a Reply