ଅନୁଗୁଳ: ମୋବାଇଲ ଚୋରି ମାମଲାରେ ନାବାଳକ ଅଟକ। ସ୍ଥାନୀୟ ତୁରଙ୍ଗର ଏକ ମୋବାଲଇ ଫୋନ୍ ଦୋକାନରୁ ଚୋରି ମାମଲାରେ ବନ୍ତଳା ଥାନା ରୁଗୁଡ଼ା ଗାଁର ଜଣେ ନାବାଳକଙ୍କୁ ଅନୁଗୁଳ ଟାଉନ ଥାନା ପୁଲିସ ଅଟକ ରଖିଛି।
ସୂଚନା ମୁତାବକ, ଗତ ୨୦୨୩ ମସିହା ଜୁଲାଇ ୩୦ ତାରିଖ ରାତିରେ ତୁରଙ୍ଗରେ ଥିବା ଅବିନାଶ ସାହୁଙ୍କ ଦୋକାନରୁ ୯ଟି ମୋବାଇଲ ଫୋନ୍ ଚୋରି ହୋଇଥିଲା। ଏନେଇ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା। ଆଜି ନାବାଳକକୁ ଅଟକ ରଖିଛି ପୋଲିସ।