ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ବିଦ୍ୟୁତ୍ ଆବଣ୍ଟନ ଏବଂ ବିଦ୍ୟୁତ୍ ଗ୍ରାହକ ମାନଙ୍କୁ ଉତ୍ତମ ସେବା ଯୋଗାଇବାରେ ଏନ୍ଞ୍ଜେନ୍ ଠାରୁ ଯେଉଁ ଆଶା ଥିଲା ତାହା ବିଫଳ ହେବା ପରେ ଟାଟା ପାୱାର ସେ ସ୍ଥାନ ନେଲା। ବିଦ୍ୟୁତ୍ ଗ୍ରାହକ ମାନଙ୍କ ଆଶା ବଢିଲା କି ଏବେ ଅଧିକ ଉତ୍ତମ ସେବା ମିଳିବ। କିନ୍ତୁ ବାସ୍ତବ କ୍ଷେତ୍ରରେ ଅନୁଗୁଳ ଜିଲ୍ଲାରେ ତାହା ବର୍ତ୍ତମାନ ସୁଦ୍ଧା ଦେଖିବାକୁ ମିଳିନାହିଁ। ଦିନକୁ ଦଶ ରୁ ପନ୍ଦର ଥର ବିଦ୍ୟୁତ୍ ଡ୍ରପ ହେଉଥିବାବେଳେ ବିଲିଂ ତ୍ରୁଟି ଓ ମିଟର ସଂଯୋଗ କ୍ଷେତ୍ରରେ ଜନ ଅସନ୍ତୋଷ ଲାଗିରହିଛି। ଏହାର କାରଣ ଜାଣିବାକୁ ଆମେ ଭେଟିଥିଲୁ ଅନୁଗୁଳ ନିର୍ବାହୀ ଯନ୍ତ୍ରୀ ସୁବ୍ରତ ସାହୁଙ୍କୁ। ଶ୍ରୀ ସାହୁ କହିଲେ ଟାଟା ପାୱାର ଆଧୁନିକୀକରଣ ରାସ୍ତାରେ ଅଛି। ଖୁବ୍ ଶୀଘ୍ର ସ୍ମାର୍ଟ ଗ୍ରିଡ ଟେକ୍ନୋଲୋଜି, ଇ କିଓସ୍କ ଏବଂ କମ୍ପ୍ୟୁଟରାଇଜ୍ଡ କଣ୍ଟ୍ରୋଲ ରୁମ୍ ଖୋଲିବ। ଆଉ ମନଇଚ୍ଛା ପାୱାର କଟ ହୋଇପାରିବ ନାହିଁ। ଭୁବନେଶ୍ୱର କଣ୍ଟ୍ରୋଲ ରୁମ୍ରୁ ସୂଚନା ଏବଂ ଓଟିପି ମିଳିଲେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ବା ସଂଯୋଗ ହୋଇପାରିବ। ଅଳ୍ପ ଦିନ ମଧ୍ୟରେ ବିଦ୍ୟୁତ୍ ଉପଭୋକ୍ତା ଟାଟା ପାୱାର ମଧ୍ୟମରେ ଉତ୍ତମ ସେବା ପାଇ ପାରିବେ। ଦେଖାଯାଉ ଟାଟା ପାୱାରର ଗ୍ରାହକ ସେବା କେବେ ଆଧୁନିକୀକରଣ ହେଉଛି ।
ଟାଟା ପାୱାରର ଆଧୁନିକୀକରଣ
- Post published:February 1, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik

Tags: Angul