ଅନୁଗୁଳ ବିଜୟ ସଂକଳ୍ପ ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ବିଜେଡି ଉପରେ ବର୍ଷିବା ସହ ବିଜେପି ପାଇଁ ମାଗିଲେ ଭୋଟ

You are currently viewing ଅନୁଗୁଳ ବିଜୟ ସଂକଳ୍ପ ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ବିଜେଡି ଉପରେ ବର୍ଷିବା ସହ ବିଜେପି ପାଇଁ ମାଗିଲେ ଭୋଟ

ଅନୁଗୁଳ: ଅନୁଗୁଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସ୍ଥାନୀୟ ନାଲକୋ ଷ୍ଟାଡିୟମ ପଡ଼ିଆରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ମୋଦି ଯୋଗ ଦେଇ ଜଗନ୍ନାଥ ମନ୍ଦିର ସୁରକ୍ଷିତ ନାହିଁ ବୋଲି କହିଛନ୍ତି।

ମୋଦି କହିଛନ୍ତି, ବିଜେପି ସରକାର ଆସିଲେ ମହାପ୍ରଭୁଙ୍କ ରତ୍ନ ଭଣ୍ଡାରର ଯାଞ୍ଚ ରିପୋର୍ଟ ସାର୍ବଜନୀନ ହେବ ବୋଲି ସେ କହିଥିଲେ। ୬ ବର୍ଷ ହେବ ରତ୍ନ ଭଣ୍ଡାର ଚାବି ମିଳୁନାହିଁ। ମୁଖ୍ୟମନ୍ତ୍ରୀଙ୍କୁ ନିଜ ଅକ୍ତିଆରରେ ରଖିଥବା ଲୋକ ରିପୋର୍ଟ ଦବାଇ ଦେଇଛନ୍ତି। ୧୦ ଜୁନରେ ଓଡିଶାରେ ବିଜେପି ସରକାର କରିବ। ଓଡିଶାର ସନ୍ତାନ ଓଡିଶାର ମୁଖ୍ୟମନ୍ତ୍ରୀ ହେବେ ବୋଲି ମୋଦି ଗ୍ୟାରେଣ୍ଟି ଦେଇ କହିଛନ୍ତି।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ବିଜେଡି ସରକାର ଭ୍ରଷ୍ଟାଚାର କରି ଓଡ଼ିଶାକୁ ଲୁଟୁଛି। ଜଳ ସମ୍ପଦ, ଜଙ୍ଗଲ, ଖଣି ସମ୍ପଦ ପ୍ରଚୁର ଥାଇ ଓଡ଼ିଶା ଗରିବ। ଓଡ଼ିଶା ଲୋକ ବାହାରକୁ କାମ କରିବାକୁ ବହୁ ସଂଖ୍ୟାରେ ପଳାୟନ କରୁଛନ୍ତି। ଏହାର କାରଣ ବିଜେଡି ସରକାର ବୋଲି ମୋଦି କହିଛନ୍ତି। ଗରିବ ଲୋକଙ୍କୁ କେନ୍ଦ୍ର ସରକାର ମାଗଣା ଚାଉଳ ଦେଉଛି। କିନ୍ତୁ ବିଜେଡି ସରକାର ଏହି ଯୋଜନାରେ ନିଜ ଫଟୋ ଲଗାଇ ପ୍ରଚାର କରୁଛନ୍ତି। ବିଜେପି ସରକାର ଆସିଲେ ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା ଲାଗୁ ହେବ ବୋଲି ସେ କହିଛନ୍ତି।

ଏହି ସମାବେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଢେଙ୍କାନାଳ ଲୋକସଭା ଓ ସମ୍ବଲପୁର ଲୋକସଭା ଆସନ ଓ ଏହା ଅନ୍ତର୍ଗତ ବିଧାନସଭା ଆସନ ଗୁଡିକରେ ବିଜେପି ବିପୁଳ ସଂଖ୍ୟାରେ ବିଜୟୀ ହେବ ବୋଲି କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଢେଙ୍କାନାଳ ଲୋକସଭା ପ୍ରାର୍ଥୀ ରୁଦ୍ରନାରାୟଣ ପାଣି, ଅନୁଗୁଳ ବିଧାନସଭା ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ପ୍ରଧାନ, ଆଠମଲ୍ଲିକ ବିଧାନସଭା ପ୍ରାର୍ଥୀ ସଂଜୀବ ସାହୁ, ଛେଣ୍ଡିପଦା ବିଧାନସଭା ପ୍ରାର୍ଥୀ ଅଗସ୍ତି ବେହେରା, ତାଳଚେର ବିଧାନସଭା ପ୍ରାର୍ଥୀ କାଳନ୍ଦୀ, ପାଳଲହଡା ବିଧାନସଭା ପ୍ରାର୍ଥୀ ଅଶୋକ ମହାନ୍ତି, ପରଜଙ୍ଗ ବିଧାନସଭା ପ୍ରାର୍ଥୀ ବିଭୂତି ପ୍ରଧାନ, ହିନ୍ଦୋଳ ଓ ଢେଙ୍କାନାଳ ବିଧାନସଭା ପ୍ରାର୍ଥୀଙ୍କ ସମେତ ବିଜେପି ଦଳର ବହୁ ପ୍ରମୁଖ କର୍ମୀ ଓ ସହସ୍ରାଧିକ ଜନ ସମାଗମ ହୋଇଥିଲା।

Share

Leave a Reply