ପ୍ରଧାନମନ୍ତ୍ରୀ ହେବା ପରେ ମୋଦିଙ୍କ ପ୍ରଥମ ଦସ୍ତଖତ, ‘ପିଏମ୍‌ କିସାନ ନିଧି’ରେ ଚାଷୀଙ୍କ ପାଇଁ ଜାରି କଲେ ୨୦ ହଜାର କୋଟି ଟଙ୍କା

You are currently viewing ପ୍ରଧାନମନ୍ତ୍ରୀ ହେବା ପରେ ମୋଦିଙ୍କ ପ୍ରଥମ ଦସ୍ତଖତ, ‘ପିଏମ୍‌ କିସାନ ନିଧି’ରେ ଚାଷୀଙ୍କ ପାଇଁ ଜାରି କଲେ ୨୦ ହଜାର କୋଟି ଟଙ୍କା

ନୂଆଦିଲ୍ଲୀ : ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି। ଆଉ କୃଷକଙ୍କ କଲ୍ୟାଣ ନିମନ୍ତେ ନିଜର ପ୍ରଥମ ଫାଇଲ୍‌ ଦସ୍ତଖତ କରିଛନ୍ତି । ପ୍ରଧାନମନ୍ତ୍ରୀ ‘ପିଏମ୍‌ କିସାନ ନିଧି’ର ୧୭ତମ କିସ୍ତିରେ ୨୦ ହଜାର କୋଟି ଟଙ୍କା ଜାରି କରିଛନ୍ତି । ମୋଦିଙ୍କର ଏହି ନିଷ୍ପତ୍ତି ଦ୍ୱାରା ୯.୩ କୋଟି ଚାଷୀ ଉପକୃତ ହେବେ ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଆମ ସରକାର କୃଷକଙ୍କ କଲ୍ୟାଣ ପାଇଁ ସମ୍ପୂର୍ଣ୍ଣ ଭାବେ ଉତ୍ସର୍ଗୀକୃତ । ତେଣୁ କାର୍ଯ୍ୟଭାର ସମ୍ଭାଳିବା ପରେ ମୋର ପ୍ରଥମ ଫାଇଲ କୃଷକଙ୍କ କଲ୍ୟାଣ ସହ ଜଡିତ ରହୁ । ଆଗାମୀ ସମୟରେ କୃଷକ ଏବଂ କୃଷି କ୍ଷେତ୍ର ପାଇଁ ଆମ ସରକାର ଆହୁରି ବି ଅଧିକ କାର୍ଯ୍ୟ କରିବାକୁ ଚାହୁଁଛନ୍ତି ।

କହି ରଖୁଛୁ ଯେ ‘ପିଏମ୍‌ କିସାନ ନିଧି’ର ୧୭ତମ କିସ୍ତିରେ ଜାରି କରାଯାଇଥିବା ୨୦,୦୦୦ କୋଟି ଟଙ୍କା କୃଷକମାନଙ୍କୁ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଦିଆଯିବ ।

ଏଥିପାଇଁ ଆପଣଙ୍କୁ ପିଏମ୍‌ କିସାନ ପୋର୍ଟାଲ https://pmkisan.gov.in/ ଭିଜିଟ୍‌ କରିବାକୁ ପଡିବ । ପ୍ରଧାନମନ୍ତ୍ରୀ କିସାନ ଯୋଜନା ଅଧୀନରେ e-KYC କରିବା ମଧ୍ୟ ବାଧ୍ୟତାମୂଳକ ।

Share

Leave a Reply