ଖୁସି ଖବର! କେରଳ ଛୁଇଁଲା ମୌସୁମୀ, ଜୁନ ୧୨ ପରେ ଓଡ଼ିଶାକୁ ଆସିବା ସମ୍ଭାବନା

You are currently viewing ଖୁସି ଖବର! କେରଳ ଛୁଇଁଲା ମୌସୁମୀ, ଜୁନ ୧୨ ପରେ ଓଡ଼ିଶାକୁ ଆସିବା ସମ୍ଭାବନା

ନୂଆଦିଲ୍ଲୀ: ଖୁସି ଖବର। ତାତିରୁ ମିଳିବ ଆଶ୍ବସ୍ତି। ଆଜି କେରଳ ଛୁଇଁଲା ମୌସୁମୀ। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏକ୍ସରେ ସୂଚନା ଦିଆଯାଇଛି।

ଆଜି ଲାକ୍ଷାଦ୍ୱୀପ ଓ କେରଳର ସବୁ ଅଞ୍ଚଳକୁ ମୌସୁମୀ ଛୁଇଁଛି। ଦକ୍ଷିଣ-ପଶ୍ଚିମ ଅଭିମୁଖେ ମୌସୁମୀ ଅଗ୍ରସର ହେଉଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏ ବର୍ଷ ମୌସୁମୀ ଆଗୁଆ ଆସିଛି। ଦୁଇ ଦିନ ପୁର୍ବରୁ ମୌସୁମୀ କେରଳ ଛୁଇଁଛି। ଅନ୍ୟପଟେ ଓଡ଼ିଶାକୁ ଜୁନ ୧୨ ପରେ ମୌସୁମୀ ଆସିବାର ସମ୍ଭାବନା ରହିଛି। ଦେଶରେ ଏଥର ଭଲ ବର୍ଷା ହେବ। ୧ ଜୁନ୍ ରୁ ୩୧ ସେପଟେମ୍ବର ଯାଏଁ ମୌସୁମୀ ଋତୁ ୮୭ ସେମି ପର୍ଯ୍ୟନ୍ତ ବର୍ଷା ହେଇଥାଏ, ଏଥର ୧୦୬ ସେମି ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ସ୍ୱାଭାବିକ ଠାରୁ ଅଧିକ ବର୍ଷା କରେଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

Share

Leave a Reply