ମଣ୍ଟୁ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଭୁବନେଶ୍ୱର ଚାମ୍ପିୟନ

You are currently viewing ମଣ୍ଟୁ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଭୁବନେଶ୍ୱର ଚାମ୍ପିୟନ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବରପଡ଼ିଆରେ ଚାଲିଥିବା ମଣ୍ଟୁ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଛି। ଉଦଯାପନୀ ମ୍ୟାଚରେ ଭୁବନେଶ୍ୱର ରାମେଶ୍ୱର ସ୍ପୋର୍ଟିଙ୍ଗ ଦଳ କଟକ ବିଶ୍ବ ଭାରତୀ ଦଳକୁ ୭୭ ରନ କରି ଚାମ୍ପିୟନ ହୋଇଥିଲା।ଆଜିର ଉଦଯାପନୀ ମ୍ୟାଚରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସମ୍ମାନିତ ଅତିଥି ଭାବେ ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ, ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ସାଏ ଯୋଗଦେଇ ଉଭୟ ଦଳଙ୍କୁ ପୁରସ୍କୃତ କରିଥିଲେ।

ମ୍ୟାନ ଅଫ ଦି ମ୍ୟାଚ ଓ ସିରିଜ ଭାବେ ଭୁବନେଶ୍ୱର ରାମେଶ୍ୱର ସ୍ପୋର୍ଟିଙ୍ଗ ଦଳର ଜଗଦୀଶ ମହାପାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା। ଅମ୍ପାୟାର ଭାବେ ଟୁକୁ ବାହାଦୂର ଓ ଅକ୍ଷୟ ରାଉତ ଦାୟିତ୍ୱ ତୁଲାଇ ଥିଲେ। କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ କୁଳମଣି ମେହେର ଓ ଅମ୍ଳାନ ବିଶ୍ବାଳ। ସରୋଜ ସେନାପତି ଧାରା ବିବରଣୀ ଦେଇଥିଲେ। ସତ୍ୟଜିତ୍ ବିଶ୍ବାଳ ସ୍କୋରର ଦାୟିତ୍ଵ ତୁଲାଇ ଥିଲେ।

Share

Leave a Reply