ଅନୁଗୁଳ: କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜନ କଲ୍ୟାଣ ସମାବେଶ ନିମନ୍ତେ ଦେବଗଡ଼ ଯିବା ସମୟରେ ଆଜି ଛେଣ୍ଡିପଦା ଥାନା ଛକ ଠାରେ ବିଜେପି ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।
ଏ ଅବସରରେ ସ୍ବର୍ଗତ କଳାକାର ପ୍ରଧାନଙ୍କ ପୁତ୍ର ସାହିଲ ପ୍ରଧାନ ଆଙ୍କିଥିବା କେନ୍ଦ୍ର ମନ୍ତ୍ରୀଙ୍କ ଏକ ଫଟୋ ତାଙ୍କୁ ପ୍ରଦାନ କରାଯାଇଛି।
କାର୍ଯ୍ୟକ୍ରମରେ ବିଜେପି ନେତା ଅଗସ୍ତି ବେହେରା, ଜିଲ୍ଲା ପରିଷଦ ସଭ୍ୟ ଯଶୋବନ୍ତ ପ୍ରସାଦ ବେହେରା, ସରପଞ୍ଚ ସୁଦିପ୍ତ କୁମାର ପ୍ରଧାନ, ଗ୍ରାମ ସଭାପତି ଚନ୍ଦ୍ରମଣି ପ୍ରଧାନ, ମଣ୍ଡଳ ସଭାପତି ଗୋପବନ୍ଧୁ ଗଡ଼ନାୟକ, ସମିତି ସଭ୍ୟ ଦୀପକ ସାହୁ, ଅକ୍ଷୟ ପାଦ ବେହେରା, ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଜଗଦୀଶ ସାହୁ, ଜିଲ୍ଲା ଯୁବମୋର୍ଚ୍ଚା ସୋସିଆଲ ମିଡିଆ ସଂଯୋଜକ ଯୁଗୋଳ କିଶୋର ଦେହୁରୀଙ୍କ ସମେତ ଆଖପାଖ ଅଞ୍ଚଳର ଶତାଧିକ ବିଜେପି କର୍ମୀ ଉପସ୍ଥିତ ଥିଲେ।
ସେହିପରି ରାଇଝରଣ ଠାରେ ସରପଞ୍ଚ ପ୍ରଶାନ୍ତ ସେଠୀ, କୋଶଳା ଠାରେ ମଣ୍ଡଳ ସଭାପତି ଧୁବେଇ ସାହୁ, ନୂଆପଡ଼ା ଠାରେ ବିଜେପି ଯୁବମୋର୍ଚ୍ଚା ଉପସଭାପତି ତାପସ ମହାପାତ୍ରଙ୍କ ନେତୃତ୍ୱରେ ବହୁ ବିଜେପି କର୍ମୀ କେନ୍ଦ୍ର ମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ।