ଜିଲ୍ଲା ଅଫିସ ଆଗରେ ମା’-ପୁଅଙ୍କ ଆତ୍ମାହୁତି ଉଦ୍ୟମ

You are currently viewing ଜିଲ୍ଲା ଅଫିସ ଆଗରେ ମା’-ପୁଅଙ୍କ ଆତ୍ମାହୁତି ଉଦ୍ୟମ

ଅନୁଗୁଳ : ସୋମବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ଅଫିସ ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଉଦବେଗ ସୃଷ୍ଟି କରିଛି। ତାଳଚେର ବ୍ଲକ୍ ଗୋବରା ଗାଁର ଦମୟନ୍ତି ବେହେରା ଏବଂ ତାଙ୍କ ପୁଅ ଆତ୍ମହୁତି ଉଦ୍ୟମ କରିଥିଲେ।ଉଭୟ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇବାକୁ ଉଦ୍ୟମ କରିବା ବେଳେ ପୁଲିସ୍ କାବୁ କରିନେଇଥିଲେ। ପୈତୃକ ସମ୍ପତି ଭାଗବଣ୍ଟା ନେଇ ପୁଲିସ୍, ପ୍ରଶାସନ ସବୁଠି ନିରାଶ ହେବା ପରେ ଏହି ବିଧବା ମହିଳା ଏଭଳି ଚରମ ପଦକ୍ଷେପ ନେଇଥିଲେ ବୋଲି ପ୍ରକାଶ କରିଛନ୍ତି।

Share

Leave a Reply