ବିଶ୍ବ ସ୍ତନ୍ୟପାନ ସପ୍ତାହ: ମା’‌ କ୍ଷୀର ହିଁ ଶିଶୁପାଇଁ ସର୍ବୋତ୍ତମ ଖାଦ୍ୟ

You are currently viewing ବିଶ୍ବ ସ୍ତନ୍ୟପାନ ସପ୍ତାହ: ମା’‌ କ୍ଷୀର ହିଁ ଶିଶୁପାଇଁ ସର୍ବୋତ୍ତମ ଖାଦ୍ୟ

ଅନୁଗୁଳ: ମା’ କ୍ଷୀର ହିଁ ଶିଶୁପାଇଁ ସର୍ବୋତ୍ତମ ଖାଦ୍ୟ ଯାହା ଶିଶୁର ଆବଶ୍ୟକତାକୁ ସଠିକ୍ ଭାବରେ ପୁରଣ କରେ। ମା’ କ୍ଷୀରର କୌଣସି ବିକଳ୍ପ ନାହିଁ ବୋଲି ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି। ଅନୁଗୁଳ ଜିଲ୍ଲା ସ୍ତରୀୟ ବିଶ୍ବ ସ୍ତନ୍ୟପାନ ସପ୍ତାହ ସୋମବାର ଶୁଭାରମ୍ଭ ହୋଇଛି। ଅଗଷ୍ଟ ୧ ତାରିଖ ଠାରୁ ୭ ତାରିଖ ପର୍ଯ୍ୟନ୍ତ ବିଶ୍ବ ସ୍ତନ୍ୟପାନ ସପ୍ତାହପାଳନ ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଡ. ଦିଲ୍ଲିପ କୁମାର ପଟ୍ଟନାୟକ ସଭାପତିତ୍ବ କରି କହିଥିଲେ ଯେ, ଜନ୍ମ ହେଲା ପରେ ମା’ କ୍ଷୀର ଶିଶୁ ପାଇଁ ସର୍ବୋତ୍ତମ ଉପାଦେୟ ଅଟେ। ସ୍ତନ୍ୟପାନ ସର୍ବଶ୍ରେଷ୍ଠ ସନ୍ତୁଳିତ ଖାଦ୍ୟ ହୋଇଥିବାରୁ ଏହା ଶିଶୁକୁ ବିଭିନ୍ନ ସଂକ୍ରମଣ ଓ ରୋଗଠାରୁ ସୁରକ୍ଷା ପ୍ରଦାନ କରିଥାଏ। ଏହାଦ୍ଵାରା ଶିଶୁର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ଏଥିରେ ଯୋଗ ଦେଇ ଶିଶୁ ରୋଗ ବିଶେଷଜ୍ଞ ଡ. ନିରୋଜ ସାହୁ ସଠିକ୍ ସ୍ତନ୍ୟପାନ କରାଇବା ଉପରେ ପରାମର୍ଶ ଦେବାସହ ଏହାର ଉପକାରିତା ଉପରେ ଆଲୋକପାତ କରିଥିଲେ।

ଜନ୍ମର ଏକ ଘଣ୍ଟା ମଧ୍ୟରେ ଶିଶୁକୁ ସ୍ତନ୍ୟପାନ କରାଇବା, ଶିଶୁକୁ ୬ ମାସ ପର୍ଯ୍ୟନ୍ତ ମା’ କ୍ଷୀର ଖାଇବାକୁ ଦେବା, ମାର ପ୍ରଥମ କସ କ୍ଷୀର ଶିଶୁର ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ବୋଲି ସୂଚନା ଦେଇଥିଲେ। ଡ. ବିନୋଦ ସାହୁ କୋଭିଡ-୧୯ରେ ଆକ୍ରାନ୍ତ ମା ମାନେ ସତର୍କତା ମୂଳକ ପଦକ୍ଷେପ ନେଇ ନିଜ ଶିଶୁକୁ ସ୍ତନ୍ୟପାନ ଜାରି ରଖିବା, ସ୍ତନ୍ୟପାନ କରାଉଥିବା ମହିଳାମାନେ ଯଥାଶିଘ୍ର କୋଭିଡ ଟୀକା ନେବାକୁ ପରାମର୍ଶ ଦେଇଥିଲେ। ସପ୍ତାହ ବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ମହିଳାଙ୍କୁ ସ୍ତନ୍ୟପାନର ବହୁବିଧ ଉପକାରିତା ସମ୍ପର୍କରେ ଅବଗତ କରାଯିବାର ଲକ୍ଷ୍ୟ ରଖାଯାଇଛି ବୋଲ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରୀୟ ଅଧିକାରୀ, ପାରାମେଡିକାଲ କର୍ମଚାରୀ, ଆଶା ଓ ନର୍ସିଂ ଛାତ୍ରୀମାନେ ଯୋଗ ଦେଇଥିଲେ।

Share

Leave a Reply