ଅନୁଗୁଳ: ବରିଷ୍ଠ ସାମ୍ବାଦିକ ତଥା ସମାଜର ପୂର୍ବତନ ସାମ୍ବାଦିକ ସନ୍ତୋଷ ତ୍ରିପାଠୀଙ୍କର ଗତ ୯ ତାରିଖ ପରଲୋକ ହୋଇଛି। ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ଶୋକସଭା ଅନୁଗୁଳ ଜିଲ୍ଲା ସାମ୍ବାଦିକ ସଂଘ ଆନୁକୂଲ୍ୟରେ ସ୍ଥାନୀୟ ମଦନ ମୋହନ ପ୍ରାଙ୍ଗଣରେ ସୋମବାର ଅନୁଷ୍ଠିତ ହୋଇଛି। ସଭାପତି ଦ୍ୱାରିକା ପ୍ରସାଦ ନନ୍ଦଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଶୋକସଭାରେ ପୂର୍ବତନ ସାମ୍ବାଦିକ ଗୋପୀନାଥ ନନ୍ଦ ଓ ସଂଘର ଉପଦେଷ୍ଟା ପ୍ରଫେସର ଶାନ୍ତନୁ କୁମାର ସର ଯୋଗ ଦେଇଥିଲେ। ସ୍ବର୍ଗତ ତ୍ରିପାଠୀ ଜଣେ ସ୍ପଷ୍ଟବାଦୀ ଓ ନିର୍ଭୀକ ସାମ୍ବାଦିକ ଥିଲେ ବୋଲି ମତ ପ୍ରକାଶ ପାଇଥିଲା।
କାର୍ଯ୍ୟକ୍ରମରେ ସଂଘ ସାଧାରଣ ସମ୍ପାଦକ ମନୋରଞ୍ଜନ ପାଣି, ସାମ୍ବାଦିକ ଗୋପାଳ ନାଥ, ପ୍ରତାପ ବିଶ୍ୱାଳ, ଅଶୋକ ଜେନା, ସୁବ୍ରତ ତ୍ରିପାଠୀ, ନିର୍ମଳ ଅଗ୍ରୱାଲ, ରାକେଶ ସାମଲ, ବନମାଳୀ ନାଏକ, ଶୈଳେନ୍ଦ୍ର ନାରାୟଣ ଦ୍ବିବେଦୀ, ରଞ୍ଜିତ ମାଣ୍ଡୋଠିଆ ଓ ଓକିଲ ରଜତ ଦାସ ପ୍ରମୁଖ ଯୋଗ ଦେଇଥିଲେ।