ଅନୁଗୁଳ: ଅନୁଗୁଳ ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟ ରେ ଆୟୋଜିତ ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ ଜଣେ ୧୧ ବର୍ଷର ପିଲା ଆଜି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ଗୋତମରା ଗାଁରେ ଚତୁର୍ଥ ଶ୍ରେଣୀରେ ପଢୁଥିବା ଏହି ପିଲାଟି ୩୦୦୦ ମିଟର ସୌଜନ୍ୟମୂଳକ ଦୌଡରେ ଏକୁଟିଆ ଦୌଡ଼ୁଥିବା ଦେଖିବାକୁ ମିଳିଥିଲା।
ପିଲାଟିର ନାଁ ମ୍ରିଗାଙ୍କ ଶେଖର ନାହାକ ବୋଲି ଜଣା ପଡିଛି।୧୨.୩୯ ସେକେଣ୍ଡରେ ସେ ଦୌଡ଼ ପୂରଣ କରିଥିଲେ। ଦୌଡ଼ ଶେଷ ପରେ କ୍ରୀଡା ସଂସଦର କର୍ମକର୍ତ୍ତା ମାନେ ତାକୁ ତାଳି ମାରି ଉତ୍ସାହିତ କରିବା ସହ ତା ସହ ଫଟୋ ଉଠାଇବାକୁ ଚାହିଁଥିଲେ। ଅନେକେ ତାକୁ ଅନୁଗୁଳର ବୁଦ୍ଧିଆ ବୋଲି କହୁଥିବା ଶୁଣିବାକୁ ମିଳିଥିଲା। ଦିନକୁ ଚାରି ଘଣ୍ଟା ଦୌଡ଼ ଅଭ୍ୟାସ କରୁଥିବା ମ୍ରିଗାଙ୍କ ଭବିଷ୍ୟତରେ ଜଣେ କ୍ରୀଡାବିତ୍ ହେବାକୁ ଲକ୍ଷ ରଖିଛି।


