ଅନୁଗୁଳ: ମୁଖ୍ୟମନ୍ତ୍ରୀ ମାଛ ତେଲରେ ପଛେ ମାଛ ଭାଜନ୍ତୁ, କିନ୍ତୁ ଓଡ଼ିଆ ଲୋକଙ୍କ ବିକାଶ ପାଇଁ କାମ କରନ୍ତୁ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି। ଗୁରୁବାର ଅନୁଗୁଳରେ ବିଭିନ୍ନ ରେଳ ପ୍ରକଳ୍ପର ଶୁଭାରମ୍ଭ ଓ ଅନୁଗୁଳ କେନ୍ଦ୍ରୀୟ ବିଦ୍ୟାଳୟ- ୨ କ୍ୟାମ୍ପସର ଭୂମିପୂଜନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ, କେନ୍ଦ୍ର ସରକାରଙ୍କ ଆର୍ଥିକ ସହାୟତା ସତ୍ତ୍ୱେ ରାଜ୍ୟ ସରକାର ତାଳଚେର ମେଡିକାଲ କଲେଜର ପରିଚାଳନା ଦାୟିତ୍ୱ ନନେବା, ମେଡିକାଲ ପରିଚାଳନା ବାବଦକୁ ୧୦ ବର୍ଷର ପାଇଁ ଆର୍ଥିକ ସହାୟତା ଦେବା ପାଇଁ ରାଜ୍ୟ ସରକାରଙ୍କ ଅନୁମତିକୁ ମଧ୍ୟ କେନ୍ଦ୍ର କୋଇଲା ମନ୍ତ୍ରୀ ସ୍ୱୀକୃତି କଲେ। ଏହା ସତ୍ତ୍ୱେ ରାଜ୍ୟ ସରକାର ତାଳଚେର ମେଡିକାଲ କଲେଜର ପରିଚାଳନା କରିବା ପାଇଁ ଦରଖାସ୍ତ ନକରିବା ଦୁର୍ଭାଗ୍ୟଜନକ ଅଟେ। ଶ୍ରୀ ପ୍ରଧାନ ଆହୁରି କହିଲେ ଯେ, ଜନଜାତି ଓ ଗରିବଙ୍କ ବିକାଶ ପାଇଁ ଗଠିତ ଡିଏମଏଫରେ ଓଡ଼ିଶାକୁ ବାର୍ଷିକ ପ୍ରାୟ ୧୫,୦୦୦ ଏବଂ ଅନୁଗୋଳ ପ୍ରାୟ ୮୦୦ କୋଟି ଟଙ୍କା ପାଉଛି । କିନ୍ତୁ ଏହି ଅର୍ଥକୁ ସାମାଜିକ କଲ୍ୟାଣ ପାଇଁ ବିନିଯୋଗ କରିବା ପରିବର୍ତ୍ତେ ବିନା ଟେଣ୍ଡରରେ ଏ ଅର୍ଥର ଦୁରୂପଯୋଗ କରିବା ଦୁଃଖର ବିଷୟ । ତାଙ୍କ ଅନୁରୋଧକୁ ରଖି ସମ୍ବଲପୁର-ଶାଲିମାର (କଲିକତା) ମଧ୍ୟରେ ଶୁଭାରମ୍ଭ ହୋଇଥିବା ନୂତନ ଏକ୍ସପ୍ରେସକୁ ମହିମା ଗୋସାଇଁଙ୍କ ନାମରେ ନାମିତ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଦେଇଥିଲେ ଶ୍ରୀ ପ୍ରଧାନ।
ଏହି ସମସ୍ତ କାର୍ଯ୍ୟକ୍ରମରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ କେନ୍ଦ୍ର ଖଣି ମନ୍ତ୍ରୀ ପ୍ରହଲାଦ ଯୋଶୀ ଯୋଗଦେଇ ଓଡ଼ିଶାକୁ କେବଳ ୫,୦୦୦ କୋଟି ରାଜସ୍ୱ ମିଳୁଥିଲା । ପ୍ରଧାନମନ୍ତ୍ରୀଙ୍କ ବିଶେଷ ନୀତି କାରଣରୁ ଓଡ଼ିଶାକୁ ଆଜି ୫୦,୦୦୦ କୋଟି ଟଙ୍କାର ରାଜସ୍ୱ ମିଳୁଛି । ଏ ଅଞ୍ଚଳରେ ଆଗାମୀ ଦିନରେ ପ୍ରାୟ ୨୫୦ ଏମଏମଟି କୋଇଲା ଉତ୍ପାଦନ, ୩୦ ଏମଟି ଲୁହା, ୨ ଏମଟି ଆଲୁମିନିୟମ ଓ ୩୦ ହଜାର ମେଗାଓ୍ୱାଟ ବିଜୁଳି ଉତ୍ପାଦନ ହେବ। ଏଠାରେ ଗତିଶକ୍ତି ବିଶ୍ୱବିଦ୍ୟାଳୟର କୋଇଲା, ଖଣି ଓ ରେଳ ବିଭାଗର ଲଜିଷ୍ଟିକ ଓ ଆନୁଷଙ୍ଗିକ ଉପକ୍ରମର ଏକ ବିଭାଗ ଖୋଲାଯିବା ନେଇ କେନ୍ଦ୍ର ରେଳ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ଅନୁଗୁଳ ଠାରେ ଅନୁଗୋଳ-ବଳରାମ ନୂତନ ରେଳ ଲାଇନ ଏବଂ ସମ୍ବଲପୁର-ଶାଲିମାର(କଲିକତା) ଏକ୍ସପ୍ରେସର ଉଦଘାଟନ କରିବା ସହିତ ଅନୁଗୁଳ କେଭି-୨ର ସ୍ଥାୟୀ କ୍ୟାମ୍ପସ ପାଇଁ ଭୂମିପୂଜନ କରିଥିଲେ କେନ୍ଦ୍ରମନ୍ତ୍ରୀମାନେ।