ବିଭିନ୍ନ ଦାବି ନେଇ ପୁଣିଥରେ ରାଉରକେଲାରୁ ନବୀନ ନିବାସ ଯାତ୍ରା କରୁଛନ୍ତି ମୁକ୍ତିକାନ୍ତ, ଆଜି ଅନୁଗୁଳରେ କରିବେ ରାତ୍ରିଯାପନ

You are currently viewing ବିଭିନ୍ନ ଦାବି ନେଇ ପୁଣିଥରେ ରାଉରକେଲାରୁ ନବୀନ ନିବାସ ଯାତ୍ରା କରୁଛନ୍ତି ମୁକ୍ତିକାନ୍ତ, ଆଜି ଅନୁଗୁଳରେ କରିବେ ରାତ୍ରିଯାପନ

ଅନୁଗୁଳ: ରାଉରକେଲାର ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରୀ ନେଇ ଦ୍ବିତୀୟ ଥର ପାଇଁ ରାଉରକେଲାରୁ ନବୀନ ନିବାସ ପଦଯାତ୍ରା କରୁଛନ୍ତି ମୁକ୍ତିକାନ୍ତ ବିଶ୍ବାଳ। ୨୨ ଦିନର ଯାତ୍ରା ପରେ ସେ ଆଜି ସନ୍ଧ୍ୟାରେ ଅନୁଗୁଳରେ ପହଞ୍ଚିଛନ୍ତି। ଅନୁଗୁଳ ଜିଲ୍ଲା ସ୍ବେଚ୍ଛାସେବୀ ତାଙ୍କୁ ସ୍ବାଗତ କରିଥିଲେ।

ପ୍ରକାଶ ଯେ ୨୦୧୩ ମସିହାରେ ମୁକ୍ତିକାନ୍ତ ରାଉରକେଲା କୋଏଲ ବ୍ୟାରେଜ୍ ଓ କୋଏଲ ନଦି ପାର୍ଶ୍ୱରେ ରିଙ୍ଗ ରୋଡ ନିର୍ମାଣ, ଆରଜିଏଚ୍ କୁ କ୍ୟାପିଟାଲ ହସ୍ପିଟାଲର ମାନ୍ୟତା ଓ ବିଶ୍ରା ନୂଆ ଗାଁ ବ୍ଲକରେ ଶୀତଳ ଭଣ୍ଡାର ନିର୍ମାଣ ଆଦି ଦାବିରେ ରାଉରକେଲା ଠାରୁ ନବୀନ ନିବାସ ପଦଯାତ୍ରା କରିଥିଲେ। ତେବେ ସେଠାରେ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପ ଗୁଡିକର ଘୋଷଣା କରିବା ସହିତ ଶିଳାନ୍ୟାସ କରିଥିଲେ ବି ଏବେ ଯାଏଁ ତାହା କାର୍ଯ୍ୟକାରୀ ହୋଇପାରିନଥିବା ମୁକ୍ତିକାନ୍ତ କହିଛନ୍ତି। ଏଣୁ ସେ ପୁଣି ନଭେମ୍ବର ୧୬ରୁ ରାଉରକେଲାରୁ ନବୀନ ନିବାସ ପଦଯାତ୍ରା ନିମନ୍ତେ ବାହାରିଛନ୍ତି। ଅନୁଗୁଳର ସ୍ବେଚ୍ଛାସେବୀ ପର୍ଶୁରାମ ଦାଶ, ଛବିନ୍ଦ୍ର ନାୟକ, ଗୁରୁ ଚରଣ ଗଡତିଆ, ରଞ୍ଜନ କୁମାର ନନ୍ଦ ପ୍ରମୁଖ ତାଙ୍କୁ ସ୍ବାଗତ କରିବା ସହିତ ମାରଓ୍ବାଡି ଧର୍ମଶାଳା ଠାରେ ତାଙ୍କର ରାତ୍ରି ଯାପନର ବନ୍ଦୋବସ୍ତ କରିଛନ୍ତି।

Share

Leave a Reply