ଅନୁଗୁଳ: ବାଜିଲା ପୌର ନିର୍ବାଚନ ବିଗୁଲ୍ । ଆସନ୍ତା ମାର୍ଚ୍ଚ ୨୪ ତାରିଖରେ ହେବ ପୌର ନିର୍ବାଚନ । ମାର୍ଚ୍ଚ ୨୬ ରେ ଭୋଟ ଗଣତି ହୋଇ ଫଳ ପ୍ରକାଶ ପାଇବ । ଫେବ୍ରୁଆରୀ ୨୮ ତାରିଖରେ ନିର୍ବାଚନ କମିସନଙ୍କ ପକ୍ଷରୁ ପୌର ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବ । ରାଜ୍ୟ ନିର୍ବାଚନ କମିସନର ଆଦିତ୍ୟ ପ୍ରସାଦ ପାଢ଼ୀ ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି । ସୂଚନା ଯେ, ମାର୍ଚ୍ଚ ୨ରୁ ମାର୍ଚ୍ଚ ୭ ତାରିଖ ପର୍ଯ୍ୟନ୍ତ ମନୋନୟନପତ୍ର ଦାଖଲ ହେବ । ମାର୍ଚ୍ଚ ୯ ତାରିଖରେ ମନୋନୟନପତ୍ର ଯାଞ୍ଚ ହେବ । ମାର୍ଚ୍ଚ ୧୪ ସୁଦ୍ଧା ମନୋନୟନପତ୍ର ପ୍ରତ୍ୟାହାର ହେବ । ମେୟର ଏବଂ ପୌରାଧ୍ୟକ୍ଷ ନିର୍ବାଚନ ଏଥର ସିଧାସଳଖ ହେବ । ଇଭିଏମ୍ ରେ ଭୋଟ ଗ୍ରହଣ ହେବ । ପ୍ରତି ବୁଥ୍ରେ ଦୁଇଟି ଇଭିଏମ୍ ରହିବ । ଗୋଟିଏ ଇଭିଏମ୍ରେ ମେୟର କିମ୍ବା ପୌରାଧ୍ୟକ୍ଷଙ୍କୁ ଭୋଟ ଦେବାକୁ ହେବ । ଦ୍ୱିତୀୟ ଇଭିଏମ୍ରେ କାଉନସିଲର କିମ୍ବା କର୍ପୋରେଟରଙ୍କୁ ଭୋଟ ଦିଆଯିବ । ପ୍ରଥମ ଥର ପାଇଁ ଏଥର ପୌର ନିର୍ବାଚନରେ ‘ନୋଟା’ ବିକଳ୍ପ ରହିବ । ଏପ୍ରିଲ ୭ ରେ ପୌର ଉପାଧ୍ୟକ୍ଷ ଏବଂ ଏପ୍ରିଲ୍ ୮ ରେ ଡେପୁଟି ମେୟର ନିର୍ବାଚନ ହେବ । ୧୦୬ ଟି ଏନଏସି-ମୁ୍ନିସିପାଲିଟି ଏବଂ ୩ ଟି ମହାନଗର ନିଗମରେ ନିର୍ବାଚନ ଅନୁଷ୍ଠିତ ହେବ । ଅଦାଲତି ମାମଲା ପାଇଁ ପୁରୀ ମୁ୍ୟନିସିପାଲିଟ ଏବଂ ସମ୍ବଲପୁର, ରାଉରକେଲା ମହାନଗର ନିଗମରେ ନିର୍ବାଚନ ହେବ ନାହିଁ ।
ମାର୍ଚ୍ଚ ୨୪ ରେ ପୌର ନିର୍ବାଚନ
- Post published:February 25, 2022
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
