ସାଇବର ଠକଙ୍କ ଜାଲରେ ମ୍ୟୁନିସିପାଲିଟି କର୍ମଚାରୀ

You are currently viewing ସାଇବର ଠକଙ୍କ ଜାଲରେ ମ୍ୟୁନିସିପାଲିଟି କର୍ମଚାରୀ

ଅନୁଗୁଳ: ଅନୁଗୁଳ ଜିଲ୍ଳାରେ ପ୍ରତିଦିନ କେହି ନା କେହି ସାଇବର ଠକେଇର ଶିକାର ହେଉଛି। ଯେତେ ସଚେତନ କଲେ ବି କିଛି ସୁଫଳ ମିଳୁନାହିଁ। ଏହିଭଳି ଏକ ଠକେଇର ଶିକାର ହୋଇଛନ୍ତି ଜଣେ ମ୍ୟୁନିସିପାଲିଟି କର୍ମଚାରି।

ସୂଚନା ମୁତାବକ, ହୁଳୁରୁସିଂହାରେ ରହୁଥିବା ବିଷ୍ଣୁ ଚରଣ ନନ୍ଦଙ୍କ ପାଖକୁ ଗତ ୨୭ ତାରିଖ ସନ୍ଧ୍ୟାରେ ଏକ ଫୋନ କଲ ଆସିଥିଲା। ଆପଣଙ୍କ କ୍ରେଡିଟ କାର୍ଡରେ ପାଞ୍ଚ ଶହ ଟଙ୍କାର ତେଲ ପକାଇଲେ ଚାଳିଶ ଟଙ୍କାର ରିବେଟ ମିଳିବ, ଯଦି ରାଜି କ୍ରେଡିଟ କାର୍ଡ ଡିଟେଲସ ସହ ଜନ୍ମ ତାରିଖ ଦିଅନ୍ତୁ। ରିବେଟ ମୋହରେ ପଡି ବିଷ୍ଣୁ ଡିଟେଲସ ଦେଇଦେଲେ। ଏହା ପରେ ବିଷ୍ଣୁ ଗତ ଗୁରୁବାର କଟକରେ ସପିଙ୍ଗ କଲାବେଳେ ଦେଖିଲେ ଆକାଉଣ୍ଟରେ ଥିବା ୧୯୩୧୩ ଟଙ୍କା କଟି ଯାଇଛି। ଏପରିକି ମୋବାଇଲକୁ ମେସେଜ ମଧ୍ୟ ଆସି ନାହିଁ। ଠକାମୀରେ ପଡିଥିବା ଜାଣି ଆଜି ବିଷ୍ଣୁ ସାଇବର ଥାନାରେ ଅଭିଯୋଗ କରିଛନ୍ତି।

Share

Leave a Reply