ମଶା ଦମନ ପାଇଁ ପୌରପାଳିକା ପକ୍ଷରୁ ମାଲାଥିୟନ୍ ସିଞ୍ଚନ

You are currently viewing ମଶା ଦମନ ପାଇଁ ପୌରପାଳିକା ପକ୍ଷରୁ ମାଲାଥିୟନ୍ ସିଞ୍ଚନ

ଅନୁଗୁଳ: ବିଶ୍ଵ ମଶା ଦିବସ ଅବସରରେ ଅନୁଗୁଳ ପୌରପାଳିକା ପକ୍ଷରୁ ୧୦ ଗୋଟି ୱାର୍ଡର ଡ୍ରେନ, ଜମିଥିବା ପାଣି ଏବଂ ଅପରିଷ୍କାର ଅଞ୍ଚଳରେ ମାଲାଥିୟାନ୍ ଏବଂ ଅନ୍ୟାନ୍ୟ କୀଟ ନାଶକ ସିଞ୍ଚନ କରାଯାଇଛି।ଅନୁଗୁଳର ମାଛ ମାର୍କେଟ, ମେଡ଼ିକାଲ ଆଖପାଖ ଏବଂ କେତେକ ୱାର୍ଡରେ ଏହି କୀଟ ନାଶକ ସ୍ପ୍ରେ କରାଯାଇଛି।

ଗତ କିଛିଦିନ ଧରି ଅନୁଗୁଳରେ ମଶା ବଂଶ ବଢ଼ିଥିବା କାରଣରୁ ପୌରପାଳିକା ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ଅବଶିଷ୍ଟ ୱାର୍ଡ ଗୁଡିକରେ ଆସନ୍ତାକାଲି ଠାରୁ ସିଞ୍ଚନ ଆରମ୍ଭ ହେବ। ଏଠାରେ ସୂଚନା ଯୋଗ୍ୟ ଯେ ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ଯୋଜନା ଯୋଗୁଁ ଅନୁଗୁଳରେ ୨୦୧୫ ରୁ ୨୦୧୯ ମଧ୍ୟରେ ମେଲେରିଆ ୯୯.୭୧ ପ୍ରତିଶତ କମିଥିଲା। ଔଷଧ ବୁଡ଼ା ମଶାରୀ ବ୍ୟବହାର, ଆଇଆର୍‌ଏସ୍‌ ସ୍ପ୍ରେ ଏବଂ ଗାଁ ଗାଁରେ ଆର୍‌ଡିକେ କିଟ୍‌ ଦ୍ଵାରା ତୁରନ୍ତ ମ୍ୟାଲେରିଆ ଚିହ୍ନଟ ଯୋଗୁଁ ମ୍ୟାଲେରିଆ ପ୍ରକୋପ କମିଯାଇଥିଲା। ଏବେ ଅନେକଙ୍କ ମଶାରୀ ନଷ୍ଟ ହୋଇଗଲାଣି। ଏଣୁ ଆଉଥରେ ଔଷଧ ଵୁଡ଼ା ମଶାରୀ ବଣ୍ଟନର ଆବଶ୍ୟକତା ଦେଖା ଦେଇଛି।

Share

Leave a Reply