ଅନୁଗୁଳ: ଆସନ୍ତା ଜୁନ ୨୭ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା। ଅନୁଗୁଳରେ ରଥଯାତ୍ରାକୁ ସୁରୁଖୁରୁରେ ସମ୍ପାଦନ କରିବା ପାଇଁ ମାର୍ଗଦର୍ଶିକା ଜାରି କରିଛି ପୌରପାଳିକା।
ରଥଯାତ୍ରା ସମୟରେ ବହୁ ବାଣିଜ୍ୟିକ ପ୍ରତିଷ୍ଠାନ, ସ୍ଵେଚ୍ଛାସେବୀ ସଂଗଠନ ଭକ୍ତ ମାନଙ୍କ ପାଇଁ ପାଣି, ସର୍ବତ ଓ ଶୁଖିଲା ଖାଦ୍ୟ ବିତରଣ କରିଥାନ୍ତି। ଏଥିପାଇଁ ପ୍ଲାଷ୍ଟିକ ଆବର୍ଜନା ସୃଷ୍ଟି ହୋଇଥାଏ, ଯାହା ପରିବେଶ ପାଇଁ କ୍ଷତିକାରକ। ଏଣୁ ଅନୁଗୁଳ ପୌରପାଳିକା ପ୍ଲାଷ୍ଟିକମୁକ୍ତ ରଥଯାତ୍ରା ପାଇଁ ସମସ୍ତଙ୍କୁ ପ୍ଲାଷ୍ଟିକ ବଦଳରେ କାଗଜ ଅବା ମାଟିରେ ସହଜରେ ମିଶିପାରୁଥିବା ପାତ୍ର ବ୍ୟବହାର କରିବାକୁ ଅନୁରୋଧ କରାଯାଇଛି। ସଂସ୍ଥାଗୁଡ଼ିକ ଯଦି ଏହା ଅମାନ୍ୟ କରନ୍ତି ତେବେ ପୌରଆଇନ ଅନୁସାରେ ଦଣ୍ଡ ବିଧାନ କରାଯିବ ବୋଲି ପୌର ନିର୍ବାହୀ ଅଧିକାରୀ ସତ୍ୟ ପ୍ରକାଶ ତ୍ରିପାଠୀ ସୂଚନା ଦେଇଛନ୍ତି।