ପୋଲିସର ଗୁଳିମାଡ଼ରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ପରଲୋକ

You are currently viewing ପୋଲିସର ଗୁଳିମାଡ଼ରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ପରଲୋକ

ଭୁବନେଶ୍ୱର: ଗୁଳିମାଡ଼ରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ପରଲୋକ ହୋଇଛି। ଆପୋଲୋ ହସ୍ପିଟାଲରେ ତାଙ୍କୁ ମୃତ ଘୋଷଣା କରାଯାଇଛି। ସକାଳେ ତାଙ୍କୁ ଜଣେ ପୋଲିସ ଏଏସଆଇ ଗୁଳିମାଡ଼ କରିଥିଲା। ଗୁଳି ତାଙ୍କ ଛାତିରେ ପଶି ପିଠି ପଟେ ବାହାରିଯାଇଥିଲା। ତେବେ ନବ ଦାସଙ୍କ ପରଲୋକ ଖବର ପାଇ ମୁଖ୍ୟମନ୍ତ୍ରୀ ଆପୋଲୋରେ ପହଞ୍ଚିଛନ୍ତି।
ସୂଚନା ମୁତାବକ, ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ସ୍ବାସ୍ଥ୍ୟମନ୍ତ୍ରୀ ବ୍ରଜରାଜନଗରର ଗାନ୍ଧୀ ଛକକୁ ଆସିଥିଲେ। ସେଠାରେ ହିଁ ଅଭିଯୁକ୍ତ ପୋଲିସ ଅଟକି ରହିଥିଲେ। ସମର୍ଥକଙ୍କ ଭିତର ପଟୁ ରହି ସେ ନିଜ ସର୍ଭିସ ରିଭରବଲରୁ ମନ୍ତ୍ରୀଙ୍କୁ ଗୁଳିମାଡ଼ କରିଥିଲେ। ସେ ୫ ରାଉଣ୍ଡ ଗୁଳି ଚଳାଇଥିବା ସୂଚନା ମିଳିଛି। ଅଭିଯୁକ୍ତ ପୋଲିସ ଏଏସଆଇ ଗୋପାଳ କୃଷ୍ଣଙ୍କୁ ଅଟକ ରଖାଯାଇଛି। ଏହି ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଛି।

Share

Leave a Reply