ନବକୃଷ୍ଣ ଚୌଧୁରୀ ମହାବିଦ୍ୟାଳୟର ପ୍ଲାଟିନମ୍ ଜୟନ୍ତୀ ଉଦଯାପିତ, ସାର୍ଥକ ମଣିଷ ହେବା ପାଇଁ ଆହ୍ୱାନ

You are currently viewing ନବକୃଷ୍ଣ ଚୌଧୁରୀ ମହାବିଦ୍ୟାଳୟର ପ୍ଲାଟିନମ୍ ଜୟନ୍ତୀ ଉଦଯାପିତ, ସାର୍ଥକ ମଣିଷ ହେବା ପାଇଁ ଆହ୍ୱାନ

ଅନୁଗୁଳ: ସ୍ଥାନୀୟ ନବକୃଷ୍ଣ ଚୌଧୁରୀ ମହାବିଦ୍ୟାଳୟର ପ୍ଲାଟିନମ୍ ଜୟନ୍ତୀ ମହୋତ୍ସବ ମହାସମାରୋହରେ ଉଦଯାପିତ ହୋଇଛି। ଅଧ୍ୟକ୍ଷା ଡକ୍ଟର ଦ୍ରୌପଦୀ ପଟେଲଙ୍କ ସଭାପତିତ୍ବରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ଗାନ୍ଧିବାଦୀ ସମାଜସେବୀ କୃଷ୍ଣା ମହାନ୍ତି ଯୋଗଦାନ କରି ଶିକ୍ଷକଙ୍କୁ ମୌଳିକ ଶିକ୍ଷାର ମୌଳିକତା ବଜାୟ ରଖିବାକୁ ଆହ୍ବାନ କରିଥିଲେ। ମୁଖ୍ୟ ବକ୍ତା ଭାବରେ ଫକୀର ମୋହନ ବିଶ୍ଵବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର କୁମରବର ଦାସ ଯୋଗ ଦେଇ ଗୁରୁଙ୍କୁ ସମାଜ କେନ୍ଦ୍ରିକ ସାର୍ଥକ ମଣିଷ ହେବା ପାଇଁ ଆହ୍ବାନ ଦେଇଥିଲେ।ସେହିପରି ସମ୍ମାନିତ ଅତିଥି ଭାବରେ ରାସ୍ତା ଏବଂ ଗୃହ ନିର୍ମାଣ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ପ୍ରତାପ କୁମାର ହରିପାଲ୍ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ବାର୍ଷିକ ପ୍ରାଚୀର ମୁଖପତ୍ର ବର୍ଣ୍ଣାଳୀ, ଫଟୋ ଗ୍ୟାଲେରୀ ପ୍ରତିବିମ୍ବ ଉନ୍ମୋଚିତ ହୋଇଥିଲା। ଜିନ୍ଦଲ ଷ୍ଟିଲ ଓ ପାୱାର ଲିମିଟେଡର ସୌଜନ୍ୟରୁ ନିର୍ମିତ ପାନୀୟ ଜଳର ବ୍ୟବସ୍ଥା, ନୂତନ ଖେଳ ପଡ଼ିଆ ଉଦ୍ଘାଟିତ ହୋଇଥିଲା। କାର୍ଯ୍ୟକ୍ରମରେ କଳିଙ୍ଗା କନ୍ଧମାଳ ବିଇଡି କଲେଜର ଅଧ୍ୟକ୍ଷ ପ୍ରଫେସର ମନୋଜ କୁମାର ପ୍ରଧାନ, କୋରାପୁଟ ଶିକ୍ଷକ ଶିକ୍ଷକ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଦେବେନ୍ଦ୍ର ସେଠି, ଅଧ୍ୟାପିକା ଜୟନ୍ତୀ ସତୃଶଲ୍ୟ ଯୋଗ ଦେଇଥିଲେ। ମହାବିଦ୍ୟାଳୟର ସ୍ମାରକୀକୁ ସ୍ମରଣୀୟ କରିବା ନିମନ୍ତେ ଏକ ବୃକ୍ଷରୋପଣ କାର୍ଯ୍ଯକ୍ରମ ମଧ୍ୟ ଆୟୋଜିତ ହୋଇଥିଲା। ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପୁରସ୍କାର ବିତରଣ କରାଯାଇଥିଲା। ସନ୍ଧ୍ୟାରେ ଛାତ୍ରଛାତ୍ରୀମାନେ “ଜୀବନ ହାଟରେ ସୁଖର ସଉଦା” ନାଟକ ପରିବେଷଣ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ମହାବିଦ୍ୟାଳୟର ଛାତ୍ର ସଂସଦ ଉପଦେଷ୍ଟା ଡକ୍ଟର ପ୍ରତ୍ୟୁଷ ରଞ୍ଜନ ସାହୁ, ସହ ଉପଦେଷ୍ଟା ବନମାଳୀ ବାଗ, ବରିଷ୍ଠ ପ୍ରାଧ୍ୟାପକ ପ୍ରଫେସର ଡକ୍ଟର ପୂର୍ଣ୍ଣଚନ୍ଦ୍ର ବେହେରା, ଡକ୍ଟର ଅଜୟ କୁମାର ସ୍ଵାଇଁ, ଡକ୍ଟର ପ୍ଳାବନି ବଳ, ଅନୁଦେଷ୍ଟା ଡକ୍ଟର ଦିଲ୍ଲୀପ କୁମାର ପ୍ରଧାନ, ଚନ୍ଦ୍ରଶେଖର ମହାନ୍ତି, ବିପିନ୍ କୁମାର ଓଝା ପ୍ରମୁଖ ସହଯୋଗ କରିଥିଲେ। ଡକ୍ଟର ପ୍ରତ୍ୟୁଷ ରଞ୍ଜନ ସାହୁ ଅତିଥି ସ୍ଵାଗତ କରିଥିବା ବେଳେ ଛାତ୍ରସଂସଦର ସଭାପତି ସୌମ୍ୟାଶ୍ରୀ ଦାସ ଏବଂ ସାଧାରଣ ସମ୍ପାଦକ ଜୟପ୍ରକାଶ ସାହୁ ମଞ୍ଚ ପରିଚାଳନା କରିଥିଲେ।

Share

Leave a Reply