ଅନୁଗୁଳ: ଗୁରୁବାର ପୂର୍ବାହ୍ନରେ ଅନୁଗୁଳ ଏନଏସି ହାଇସ୍କୁଲର ବାର୍ଷିକ ଉତ୍ସବ ଆୟୋଜିତ ହୋଇଯାଇଛି। ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଜୟନ୍ତୀ ଅଳକାନନ୍ଦାଙ୍କ ପୌରହିତ୍ୟରେ ଆୟୋଜିତ ଏହି ସମାରୋହକୁ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ ଛାତ୍ର ଛାତ୍ରୀ ମାନଙ୍କୁ ଭଲ ମଣିଷ ହେବା ପାଇଁ ଅନେକ ରାସ୍ତା ଅଛି ବୋଲି କହିଥିଲେ। ପାଠ ଛଡା ଖେଳ, ଫେସନ ଡିଜାଇନିଂ, ଆଇଟି, ନୃତ୍ୟ ସଂଗୀତ ଆଦି କ୍ଷେତ୍ରରେ ମଧ୍ୟ ନିଜକୁ ସମାଜରେ ପ୍ରତିଷ୍ଠିତ କରିହେବ। ଜାତୀୟ ଶିକ୍ଷାନୀତି ଦେଶର ଶିକ୍ଷା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବ ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ। ମୁଖ୍ୟ ବକ୍ତା ରୂପେ ଅନୁଗୁଳ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ର ଅଧ୍ୟାପକ ବନମାଳୀ ବାଗ ଆଦର୍ଶ ଛାତ୍ରଛାତ୍ରୀ ହେବାକୁ ପ୍ରେରଣା ଦେଇଥିଲେ। ଅନ୍ୟତମ ସମ୍ମାନିତ ଅତିଥି ରୂପେ ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ ଏବଂ ନଗରପାଳ ଅକ୍ଷୟ କୁମାର ସାମନ୍ତ ଦେଶ ଓ ସମାଜ ଗଠନରେ ଛାତ୍ରଛାତ୍ରୀ ଓ ଗୁରୁଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ଜୟନ୍ତୀ ଅଳକାନନ୍ଦା ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ। ବିଭିନ୍ନ ପ୍ରତିଯୋଗିତାର କୃତୀ ପିଲାଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏନଏସି ହାଇସ୍କୁଲର ବାର୍ଷିକ ଉତ୍ସବ
- Post published:February 7, 2025
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik

Tags: Angul