ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋର ୪୫ ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ଗୋପବନ୍ଧୁ ପାର୍କ ପରିସରରେ ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଛି। ଦ୍ଵିତୀୟ କୋଣାର୍କ ରୂପେ ପରିଚିତ ନାଲକୋର ଏହି ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ନିର୍ଦ୍ଦେଶକ ତଥା ସି.ଏମ.ଡି ଗଦାଧର ଉପାଧ୍ୟାୟ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତାଭାବେ ଅବସରପ୍ରାପ୍ତ ଆଇଏଏସ ପ୍ରଦୀପ୍ତ କୁମାର ବିଶ୍ବାଳ ଯୋଗଦେଇଥିଲେ। ସମ୍ମାନିତ ଅତିଥିଭାବେ ସମ୍ବଲପୁର ୟୁନିଭର୍ସିଟିର ଭାଇସ୍ ଚାନସେଲର ପ୍ରଫେସର ବିଧୁଭୂଷଣ ମିଶ୍ର ଯୋଗଦେଇଥିଲେ। ନିର୍ବାହୀ ନିର୍ଦ୍ଦେଶକ ଶ୍ରୀନିବାସ ଶୁଭ୍ରମଣ୍ୟମଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମାନବ ସମ୍ବଳ ମହାପ୍ରବନ୍ଧକ ଶୁଭେନ୍ଦୁ କୁମାର ନାୟକ ଯୋଗଦେଇ ଅତିଥି ପରିଚୟ ପ୍ରଦାନ କରିବା ସହ ନାଲକୋ ନବରତ୍ନ କମ୍ପାନୀର ଦୃଢ଼ତା ଏବଂ ପ୍ରତିବଦ୍ଧତା ଉପରେ କହିଥିଲେ।ଏହି ଅବସରରେ ସି.ପି.ପି ସମୂହ ମହାପ୍ରବନ୍ଧକ ଅମରେନ୍ଦ୍ର କୁମାର ମିଶ୍ର ଏବଂ ବିଭିନ୍ନ ବିଭାଗର ଗୋଷ୍ଠୀ ମହାପ୍ରବନ୍ଧକ ମାନେ ଉତ୍ପାଦନ ଏବଂ ଗୁଣବତା ଉପରେ କହିଥିଲେ। ସାଂସଦ ରୁଦ୍ରନାରାୟଣ ପାଣିଙ୍କ ଦ୍ୱାରା ଏହି ଉତ୍ସବ ଉପଲକ୍ଷେ ପଠାଯାଇଥିବା ବାର୍ତ୍ତାକୁ କିଶୋର କୁମାର ବେହେରା ପଠନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ପ୍ରବନ୍ଧକ କିଶୋର କୁମାର ବେହେରା, ଶୀତଳ ସମୀର ମାଝୀଙ୍କ ସମେତ ୱେଲ ଫେୟାର କମିଟି ସହାୟତା କରିଥିଲେ। କାର୍ଯ୍ୟକ୍ରମରେ ସମସ୍ତ ୟୁନିୟନର ପ୍ରତିନିଧିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ନାଲକୋର ୪୫ ତମ ପ୍ରତିଷ୍ଠା ଦିବସ ପାଳିତ: ସମସ୍ତ ୟୁନିୟନର ପ୍ରତିନିଧି ସମ୍ବର୍ଦ୍ଧିତ
- Post published:January 8, 2025
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau

Tags: Angul