କଳା ବ୍ୟାଜ୍ ପିନ୍ଧି ନିରବ ପ୍ରତିବାଦ କରୁଛନ୍ତି ନାଲକୋ ଠିକା ମଜଦୁର ସଂଘ କର୍ମଚାରୀ

You are currently viewing କଳା ବ୍ୟାଜ୍ ପିନ୍ଧି ନିରବ ପ୍ରତିବାଦ କରୁଛନ୍ତି ନାଲକୋ ଠିକା ମଜଦୁର ସଂଘ କର୍ମଚାରୀ

ଅନୁଗୁଳ: ଆଜି ସ୍ଥାନୀୟ ନାଲକୋ ନବରତ୍ନ କମ୍ପାନୀରେ କାର୍ଯ୍ୟରତ ଠିକା ମଜଦୁର ସଂଘ (ଏସ୍‌ଏନ୍‌ପି) ପକ୍ଷରୁ କଳା ବ୍ୟାଚ୍ ପରିଧାନ କରାଯାଇଛି। ନାଲକୋ ସ୍ମେଲଟର୍ ଏବଂ ସିପିପି ପ୍ଲାଣ୍ଟର ସମସ୍ତ ଠିକା ଶ୍ରମିକ କଳା ବ୍ୟାଜ୍ ପିନ୍ଧି ପ୍ଲାଣ୍ଟରେ କାମ କରିଛନ୍ତି।

ସୂଚନା ଅନୁଯାୟୀ, ନାଲକୋ ଠିକା ମଜଦୁର ସଂଘ ପକ୍ଷରୁ କରାଯାଇଥିବା ୫ ଦଫା ଦାବି ଉପରେ ଚିଠି ମାଧ୍ୟମରେ ଆଲୋଚନା ନ କରିବା ଓ କଥାକଥିତ ଲୋକଙ୍କ କଥାରେ ପଡି ଏଚ୍‌ଆର୍‌ଡି ମନମୁଖୀ କରୁଥିବାରୁ ସମସ୍ତ କର୍ମଚାରୀମାନେ କଳା ବ୍ୟାଜ୍ ପରିଧାନ କରି ନିରବ ପ୍ରତିବାଦ କରିଛନ୍ତି। ଆଗକୁ ବି ଯଦି ସେମାନଙ୍କ କଥା ଶୁଣା ନ ଯାଏ ତେବେ ସେମାନେ ଭୁବନେଶ୍ୱରସ୍ଥ ନାଲକୋ ଭବନରେ ଗଣଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି।

Share

Leave a Reply