ଅନୁଗୁଳ: ଶିମିଳିପଡ଼ା ସ୍ଥିତ ଲିଟିଲ୍ ହାର୍ଟସ ଟଡଲର୍ସ ଏକାଡେମୀରେ ନନ୍ଦ ଉତ୍ସବ ପାଳିତ ହୋଇଯାଇଛି। ଏ ଅବସରରେ ସ୍କୁଲର ପ୍ରିନସ୍ପାଲ ଶ୍ରୀମତୀ ଜ୍ୟୋତି ଗୋହିଲ ପିଲାମାନଙ୍କୁ ଭାରତୀୟ ସଂସ୍କୃତିରେ ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବର ମହତ୍ତ୍ଵ ଉପରେ ଆଲୋକପାତ କରିଥିଲେ। ଏହାପରେ କୁନିକୁନି କୃଷ୍ଣ ବେଶରେ ଆସିଥିବା ପିଲାମାନେ ଉଚ୍ଚରେ ଟଙ୍ଗା ହୋଇଥିବା ଦହି ହାଣ୍ଡି ସବୁକୁ ଭାଙ୍ଗି ଥିଲେ। ଅନେକ ଛାତ୍ର ଛାତ୍ରୀ ନନ୍ଦ ଯଶୋଦା,ଗୋପାଳ ପିଲା, ସୁଦାମା ଆଦି ବେଶରେ ଆସି ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ସହକାରୀ ଶିକ୍ଷୟିତ୍ରୀ ମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
ଲିଟିଲ୍ ହାର୍ଟସ ଟଡଲରସ ଏକାଡେମୀରେ ନନ୍ଦ ଉତ୍ସବ
- Post published:September 7, 2023
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik

Tags: Angul