ଅନୁଗୁଳ: ଲିଟିଲ ହାର୍ଟସ ଟଡ଼ଲର୍ସ ଏକାଡେମୀ ସିମିଳିପଡା ଠାରେ ନନ୍ଦ ଉତ୍ସବ ଆୟୋଜିତ ହୋଇଯାଇଛି। ଏ ଅବସରରେ ସ୍କୁଲ ର ଛାତ୍ର ଛାତ୍ରୀ ମାନେ କୃଷ୍ଣ, ସୁଦାମା, ରାଧା, ନନ୍ଦ ଯଶୋଦା ଆଦି ବେଶରେ ଆସି କୃଷ୍ଣ ଲୀଳା ଅଭିନୟ କରିଥିଲେ।ସ୍କୁଲ ଶିକ୍ଷୟତ୍ରୀ ମାନେ ପିଲା ମାନଙ୍କୁ କୃଷ୍ଣ ଜନ୍ମ ଓ ନନ୍ଦ ଉତ୍ସବ ବିଷୟରେ ବୁଝାଇଥିଲେ। ପିଲାମାନେ କୃଷ୍ଣ ଓ ଗୋପ ବାଳକ ସାଜି ଉଚ୍ଚରେ ବନ୍ଧା ଯାଇ ଥିବା ଦହି ହାଣ୍ଡି ଭାଙ୍ଗି ଥିଲେ। ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ଆୟୋଜିତ ସାଂସ୍କୃତିକ ବିଚିତ୍ରା ବେଶ ମନଛୁଆଁ ହୋଇଥିଲା।
ଲିଟିଲ ହାର୍ଟସରେ ନନ୍ଦ ଉତ୍ସବ ଆୟୋଜିତ
- Post published:August 23, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik

Tags: Angul