ଜବାହର ନବୋଦୟ ବିଦ୍ୟାଳୟରେ ରାଷ୍ଟ୍ରୀୟ ଶିକ୍ଷା ଦିବସ ପାଳନ

You are currently viewing ଜବାହର ନବୋଦୟ ବିଦ୍ୟାଳୟରେ ରାଷ୍ଟ୍ରୀୟ ଶିକ୍ଷା ଦିବସ ପାଳନ

ଅନୁଗୁଳ: ଅନୁଗୁଳ ବ୍ଲକ ବଡ଼କେରା ପଞ୍ଚାୟତ ଚମ୍ପତ୍ତିମୁଣ୍ଡା ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟ ପରିସରରେ ମଙ୍ଗଳବାର ରାଷ୍ଟ୍ରୀୟ ଶିକ୍ଷା ଦିବସ ପାଳିତ ହୋଇଯାଇଛି। ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ମୌଲାନା ଅବୁଲ କଲାମ ଆଜାଦଙ୍କ ଜୟନ୍ତୀକୁ ସ୍ମରଣ କରି ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ବିଦ୍ୟାଳୟର ଉପାଧ୍ୟକ୍ଷ ରତ୍ନାକର ସାହୁ ସର୍ବପ୍ରଥମେ ମୌଲାନା ଆଜାଦଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଛାତ୍ରୀଛାତ୍ରମାନେ ଜାତୀୟ ସଂଗୀତ ଗାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ପୁଷ୍ପ ପ୍ରଦାନ କରିଥିଲେ।

ଅନୁଷ୍ଠିତ ସଭାକୁ ବରିଷ୍ଠ ଶିକ୍ଷକ ପ୍ରକାଶ କୁମାର ଦାସ ପରିଚାଳନା କରିଥିଲେ ଏବଂ ଶିକ୍ଷୟିତ୍ରୀ ଆଲୋଲିକା ଚକ୍ରବର୍ତ୍ତୀ ସଂଯୋଜନା କରିଥିଲେ। ଉପାଧ୍ୟକ୍ଷ ସାହୁ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାର ଗୁଣାତ୍ମକ ମାନ ଏବଂ ଶିକ୍ଷା ଦିବସର ମହତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ଏଥିସହ ସେ ଦେଶର ପ୍ରଥମ ଶିକ୍ଷାମନ୍ତ୍ରୀଙ୍କ ଶିକ୍ଷାନୀତି ଓ ତାଙ୍କର ଅତୁଳନୀୟ ଅବଦାନ ସମ୍ପର୍କରେ ସୂଚ଼ନା ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ଜୀତେନ୍ଦ୍ର କୁମାର, ସୁଶାନ୍ତ କୁମାର ବେହେରା, ରବିକାନ୍ତ କଟିହାରଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ ଓ ଶିକ୍ଷକମାନେ ଉପସ୍ଥିତ ଥିଲେ।

Share

Leave a Reply