ଅନୁଗୁଳ ଗସ୍ତରେ ବିଜେପି ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା: ରାଜ୍ୟ ସରକାରଙ୍କୁ କଲେ ଟାର୍ଗେଟ, କହିଲେ- ବିଜେଡି ଶାସନକାଳରେ ମହିଳାମାନେ ଅସୁରକ୍ଷିତ

0

ଅନୁଗୁଳ : ବିଜେପି ମହିଳା ମୋର୍ଚ୍ଚାର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପାଇଁ ଦୁଇଦିନିଆ ଅନୁଗୁଳ ଗସ୍ତରେ ଆସିଛନ୍ତି ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା ଦୀପ୍ତି ରାୱତ୍ ଓ ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ।
ଆଜି ପୂର୍ବାହ୍ନରେ ଦୁଇ ନେତ୍ରୀ ଅନୁଗୁଳରେ ପହଞ୍ଚିବା ପରେ ତାଙ୍କୁ ବିଜେପି ଅନୁଗୁଳ ଜିଲ୍ଲା ମହିଳା ମୋର୍ଚ୍ଚା ତରଫରୁ ସଭାନେତ୍ରୀ ବସନ୍ତ ମଞ୍ଜରୀ ପ୍ରଧାନଙ୍କ ନେତୃତ୍ୱରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।

ଉଭୟ ନେତ୍ରୀ ଆଜି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ। ଦୀପ୍ତି ରାୱତ କହିଥିଲେ, ୨୨ ବର୍ଷ ଧରି ଚାଲିଥିବା ସରକାରରେ ମହିଳାମାନେ ଆଜି ଅସୁରକ୍ଷିତ। ରାଜ୍ୟରେ କ୍ରମାଗତ ଭାବେ ମହିଳାଙ୍କ ଉପରେ ଅତ୍ୟାଚାର ବଢ଼ି ଚାଲିଛି। ଏଥିପ୍ରତି ସରକାର ଦୃଷ୍ଟି ଦେଉନାହାନ୍ତି ବୋଲି ସେ ଅଭିଯୋଗ ବାଢ଼ିଥିଲେ।

ସେଠାରୁ ସେମାନେ କୋଶଳା ଯାଇ ମା ରାମଚଣ୍ଡୀଙ୍କ ଦର୍ଶନ କରିବା ସହ ଡ଼. ବିଆର ଆମ୍ବେଦକର, ପବିତ୍ର ମୋହନ ପ୍ରଧାନ ଏବଂ ସହିଦ ଅରୁଣ ଗଡ଼ନାୟକଙ୍କ ପ୍ରତିମୂର୍ତ୍ତି ରେ ଶ୍ରଦ୍ଧାଞ୍ଜଳି ଦେଇ ସହିଦ ଅରୁଣ ଗଡ଼ନାୟକଙ୍କ ପରିବାରକୁ ଭେଟି ଥିଲେ। ପରେ ୧୨ ନମ୍ବର ୱାର୍ଡରେ ଦଳିତ ପରିବାର ଶାନ୍ତି ନାଏକଙ୍କ ଘରେ ମଧ୍ୟାହ୍ନ ଭୋଜନ କରିଥିଲେ। ଏହା ପରେ ନେତ୍ରୀମାନେ ଜିଲ୍ଲାର କିନ୍ନରଙ୍କ ସହ ଆଲୋଚନା କରିଥିଲେ।

ଏ ଅବସରରେ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ବସନ୍ତ ମଞ୍ଜରୀ ପ୍ରଧାନଙ୍କ ସହ ପ୍ରଭାରୀ ଦିଲ୍ଲୀପ ପ୍ରଧାନ, ରାଜ୍ୟ ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟା ସଂଘମିତ୍ରା ପ୍ରଧାନ, ଜିଲ୍ଲା ସାଧାରଣ ସମ୍ପାଦିକା ଶୁଚିସ୍ମିତା ତ୍ରିପାଠୀ, ଶୋଭାଗିନୀ ପ୍ରଧାନ, ଜିଲ୍ଲା ଉପ ସଭାନେତ୍ରୀ ସରିତା ମିଶ୍ର, ଝୁନୁବାଳା ପ୍ରଧାନ, ଉର୍ମିଳା ନାଏକ, ସଂଯୁକ୍ତା ମହାରଣା, ଅନୁଗୁଳ ଉପ ନଗରପାଳ ଅନୁପମା ସାହୁ, ମୃଣାଳିନୀ ପଟ୍ଟନାୟକ, ମାଧବୀ ମହାପାତ୍ର, ମିତା ପାତ୍ର, ଲିନା ବେହେରା, ମଞ୍ଜୁଲତା ସାହୁ, ପଙ୍କଜିନୀ ପଣ୍ଡା, ବରିଷ୍ଠ ନେତା ଅନୁଗୁଳ ବିଧାନସଭା ପ୍ରଭାରୀ ଯଯାତି ପଟ୍ଟନାୟକ, ବିଜୟ ମାଝୀ, ବିମଳା ରାଉଳ, ଗୋବିନ୍ଦ ନାଏକଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ।

Leave A Reply

Your email address will not be published.

error: Content is protected !!