ଜାତୀୟ କନ୍ୟା ଦିବସ ପାଳିତ

You are currently viewing ଜାତୀୟ କନ୍ୟା ଦିବସ ପାଳିତ

ଅନୁଗୁଳ: ସ୍ଥାନୀୟ ବ୍ଲାକ ଡାଇମଣ୍ଡ ପରିସରରେ ଜାତୀୟ କନ୍ୟା ଦିବସ ପାଳିତ ହୋଇଯାଇଛି। ଏହି ଦିବସରରେ ଏକ ବିଶାଳ ରାଲିର ଶୁଭରମ୍ଭ କରିଥିଲେ ଅନୁଗୁକ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରିତୀମୟ। ରାଲି ସଭାସ୍ଥଳରେ ପହଞ୍ଚିବା ପରେ ସଚେତନତା ସଭା ଆରମ୍ଭ ହୋଇଥିଲା। ଏହି ସଭାରେ ପ୍ରତାପ ପ୍ରିତୀମୟଙ୍କ ସମେତ ଏଡିଏମ ରାଜସ୍ୱ ଉଦୟ କୁମାର ମହାପାତ୍ର, ସିଡିଏମଓ ଡ଼ା ଶିବାନନ୍ଦ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।
ଅତିଥିମାନେ ଭ୍ରୁଣହତ୍ୟାକୁ ବନ୍ଦ କରାଯିବା ଉପରେ ଗୁରୁତ୍ୱ ଦେବା ସହ ବେଟି ବଚାଓ ବେଟି ପଢ଼ାଓର ମହତ୍ୱ ଉପରେ ଆଲୋକପାତ କରିଥିଲେ। ଲିଙ୍ଗ ନିରୂପଣ ଏକ ଦଣ୍ଡନୀୟ ଅପରାଧ ଏହାକୁ ସମସ୍ତେ ମାନି ଚଳିବା ଉଚିତ ବୋଲି କହିଥିଲେ। ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଡା ଅନ୍ତର୍ଯ୍ୟାମୀ ମିଶ୍ର, ଡ଼ା ସୁଜାତା ଦାସ, ଡିସିପିଓ ଗୌରୀ ଶଙ୍କର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ସଭାରେ ସ୍କୁଲ କଲେଜ ଛାତ୍ରୀ, ଆଶା, ନର୍ସିଙ୍ଗ ଛାତ୍ରୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

Share

Leave a Reply