ଜାତୀୟ ମାନବାଧିକାର କମିଶନରଙ୍କ ଅନୁଗୁଳ ଜିଲ୍ଲା ଗସ୍ତ: ଜଙ୍ଗଲ ଅଧିକାର ଆଇନର କଲେ ସମୀକ୍ଷା

You are currently viewing ଜାତୀୟ ମାନବାଧିକାର କମିଶନରଙ୍କ ଅନୁଗୁଳ ଜିଲ୍ଲା ଗସ୍ତ: ଜଙ୍ଗଲ ଅଧିକାର ଆଇନର କଲେ ସମୀକ୍ଷା

ଅନୁଗୁଳ: ଜାତୀୟ ମାନବାଧିକାର କମିଶନଙ୍କ ସ୍ପେସିଆଲ ମନିଟର ଆର୍ ହେମନ୍ତ କୁମାର ଆଜି ଅନୁଗୁଳ ଜିଲ୍ଲା ଗସ୍ତ କରି ସାତକୋଶିଆ ଅଭୟାରଣ୍ୟ ଅଞ୍ଚଳରେ ଜଙ୍ଗଲ ଅଧିକାର ଆଇନର କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା କରିଛନ୍ତି। ନିଜର ଏହି ଏକ ଦିନିକିଆ ଗସ୍ତ କାର୍ଯ୍ୟକ୍ରମରେ ସେ ସାତକୋଶିଆ ଅଭୟାରଣ୍ୟ ଅଧୀନରେ ଥିବା ବଲଙ୍ଗ ଗ୍ରାମ ପଞ୍ଚାୟତର ପମ୍ପାସର, ଜୁକୁବ ଓ ଲବଙ୍ଗୀ ଗ୍ରାମ ପରିଦର୍ଶନ କରିଥିଲେ। ସେଠାରେ ଜଙ୍ଗଲ ଅଧିକାର ଆଇନ ମାଧ୍ୟମରେ ମିଳିଥିବା ସ୍ୱୀକୃତି ଏବଂ ଏହାର ବାସ୍ତବ ସ୍ଥିତି ସମ୍ପର୍କରେ ସେ ଗ୍ରାମବାସୀଙ୍କ ସହ ସିଧାସଳଖ ଆଲୋଚନା କରିବା ସହ ସେମାନଙ୍କର ମତାମତ ଲୋଡ଼ିଥିଲେ।

ଏହି ସମୀକ୍ଷା ସମୟରେ ଜଙ୍ଗଲ ଅଧିକାରୀ ଓ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଥିବା ସମନ୍ୱୟ ଏବଂ ସରକାରୀ ଯୋଜନାର ସୁଫଳ ସମ୍ପର୍କରେ ବିସ୍ତୃତ ଭାବେ ଅନୁଧ୍ୟାନ କରାଯାଇଥିଲା। ଏହି ଗସ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ମଙ୍ଗଳ ଅଧିକାରୀ ଦିଲ୍ଲୀପ କୁମାର ମିଶ୍ରଙ୍କ ସମେତ ଜଙ୍ଗଲ ବିଭାଗର ବିଭିନ୍ନ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ରହି ସମୀକ୍ଷା ପ୍ରକ୍ରିୟାରେ ସହଯୋଗ କରିଥିଲେ। ମାନବାଧିକାର କମିଶନରଙ୍କ ଏହି ଗସ୍ତ ସ୍ଥାନୀୟ ଅଞ୍ଚଳରେ ଜଙ୍ଗଲ ଜମି ଅଧିକାରକୁ ନେଇ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି।

Share

Leave a Reply