ଅନୁଗୁଳରେ ଜାତୀୟ ଆଇନସେବା ଦିବସ ପାଳିତ, ମାଗଣା ପରାମର୍ଶ ପାଇଁ ଜାରି ହେଲା ହେଲ୍ପଲାଇନ ନମ୍ବର

0

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ଜିଲ୍ଲା ଅଦାଲତ ପରିସରରେ ଜାତୀୟ ଆଇନସେବା ଦିବସ ପାଳିତ ହୋଇଛି। ଜିଲ୍ଲା ଓ ଦୌରାଜଜ ତଥା ଅଧ୍ୟକ୍ଷ ଜିଲ୍ଲା ଆଇନସେବା ପ୍ରାଧିକରଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅନୁଗୁଳ ଅଦାଲତର ବିଚାରପତି, ଜିଲ୍ଲା ଆଇନସେବା ପ୍ରାଧିକରଣ ସଦସ୍ୟ, ଫ୍ରଣ୍ଟ ଅଫିସ ରିଟେନର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବିଧାନରେ ସାମାଜିକ ଏବଂ ଆର୍ଥିକ ସ୍ତରରେ ପଛୁଆ ଥିବା ବ୍ୟକ୍ତିଙ୍କ ମାଗଣାରେ ଆଇନ୍ ସେବା ଯୋଗାଇ ଦେବାର ବ୍ୟବସ୍ଥା ରହିଛି। ଏହି ସୁବିଧା ଜାତୀୟ, ରାଜ୍ୟ, ଜିଲ୍ଲା ଓ ତାଲୁକ୍ ସ୍ତରରେ କାର୍ଯ୍ୟ କରୁଥିବା ଆଇନସେବା ପ୍ରାଧିକରଣ ଓ କମିଟି ଦ୍ବାରା ଯୋଗାଇ ଦିଆଯାଇଥାଏ। ଏହା ବ୍ୟତୀତ ଲୋକ ଅଦାଲତ, ମଧ୍ୟସ୍ଥତା ଓ ଆପୋଷ ବୁଝାମଣା ପରି ବିକଳ୍ପ ବିବାଦ ସମାଧାନ ସୂତ୍ର ମାଧ୍ୟମରେ ବିଚାରାଧୀନ ଓ ପ୍ରାକ୍ ମକଦ୍ଦମା ସ୍ତରର ବିବାଦର ଆଶୁ, ସହଜ ଓ ସରଳ ସମାଧାନ କରାଯାଏ। ଅନୁଗୁଳ ଜିଲ୍ଲାରେ ଜନ ଉପଯୋଗୀ ସେବା ସମ୍ବନ୍ଧୀୟ ବିବାଦ ଗୁଡ଼ିକର ସମାଧାନ ଆପୋଷ ବୁଝାମଣା ଭିତ୍ତିରେ କରିବା ପାଇଁ ଅନୁଗୁଳର ସ୍ଥାୟୀ ଲୋକ ଅଦାଲତ କାର୍ଯ୍ୟ କରୁଛି। ଆଇନସେବା ହିତାଧିକାରୀ ତାଙ୍କ ଆଇନଗତ ସମସ୍ୟା ବିଷୟରେ ମାଗଣାରେ ପରାମର୍ଶ କରିବା ପାଇଁ ନ୍ୟାୟ ସଂଯୋଗର ହେଲ୍ପଲାଇନ ନମ୍ବର – ୯୪୩୮୫୭୮୫୮୬ ସହ ଯୋଗାଯୋଗ କରିପାରିବେ ବୋଲି
ଅତିଥିମାନେ ମତ ବ୍ୟକ୍ତ କରିଥିଲେ।

କାର୍ଯ୍ୟକ୍ରମରେ ପାନେଲ ଆଡଭୋକେଟ, ଜିଲ୍ଲା ଅଦାଲତ ଆଇନସେବା ପ୍ରାଧିକରଣର କର୍ମଚାରୀ, ପାରାଲିଗାଲ ଭଲ୍ୟୁଣ୍ଟର ଓ ସାଧାରଣ ନାଗରିକ ଉପସ୍ଥିତ ଥିଲେ।

Leave A Reply

Your email address will not be published.

error: Content is protected !!