କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଅଧୀନସ୍ଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବଡହୀରାଠାରେ ଗଣିତ ଓ ବିଜ୍ଞାନ କ୍ଲବ ଏବଂ ବିଜ୍ଞାନ ଚେତନା ମଞ୍ଚ, ଓଡିଶା ଆନୁକୂଲ୍ୟରେ ଜାତୀୟ ଗଣିତ ଦିବସ ପାଳିତ ହୋଇଯାଇଛି। ଭାରତର ବିଶିଷ୍ଟ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନଙ୍କ ଜୀବନୀ ଏବଂ ଅନନ୍ତ ଶ୍ରେଣୀ, ଅବିରତ ଭଗ୍ନାଂଶ, ସଂଖ୍ୟାତତ୍ତ୍ୱ, ଜଟିଳ ସଂଖ୍ଯା ବିଶ୍ଳେଷଣ, ଉପବୃତୀୟ ଫଳନ ଆଦି କ୍ଷେତ୍ରରେ ତାଙ୍କର ଦୁର୍ମୂଲ୍ୟ ଅବଦାନ ସଂପର୍କରେ ଆଲୋଚନା କରିଥିଲେ।
ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ଗଣିତ କୁଇଜ୍ ପ୍ରତିଯୋଗିତା କରାଯାଇଥିଲା। ଗଣିତ କୁଇଜରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ପ୍ରଧାନଶିକ୍ଷକ ଲିଙ୍ଗରାଜ ମହାନ୍ତିଙ୍କ ତତ୍ତ୍ବାବଧାନ ଓ ବିଜ୍ଞାନ ଶିକ୍ଷକ ମୁନା ନାଏକଙ୍କ ପରିଚାଳନାରେ ଆଜିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ସହକାରୀ ଶିକ୍ଷକ ପ୍ରଦୀପ କୁମାର ବେହେରା, ଶିକ୍ଷୟିତ୍ରୀ ପ୍ରଭାତୀ ବେହେରା, ସୁପ୍ରିୟା ପ୍ରଧାନ ଏବଂ ବିଜ୍ଞାନ ଓ ଗଣିତ କ୍ଲବର ସଦସ୍ୟ ଦିବ୍ୟରଂଜନ ସାହୁ, ଆଶିକ୍ ସାହୁ, ସ୍ୱୟଂଶ୍ରୀ ମାହାର, ବିଜୟଲକ୍ଷ୍ମୀ ସାହୁ, ଆଦ୍ୟାଶା ନାଏକ, ରୋହଣୀ ଶୁଭଦର୍ଶିନୀ ସାହୁ, ଇତିଶ୍ରୀ ମାହାର ପ୍ରମୁଖ ଛାତ୍ରଛାତ୍ରୀ ସହଯୋଗ କରିଥିଲେ।


