ଅନୁଗୋଳ: ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ଵାରା ସ୍ଥାନୀୟ କଳା କେନ୍ଦ୍ର ଠାରେ ଗୁରୁବାର ଜାତୀୟ ପ୍ରଦୂଷଣ ନୀରାକରଣ ଦୀବସ ଉଦଯାପିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଜିଲ୍ଲାରୁ ଆସିଥିବା ବିଭିନ୍ନ ହାଇସ୍କୁଲରୁ ଶତାଧିକ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଚିତ୍ରାଙ୍କନ ଓ ବକୃତା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ ଡ଼ଃ ଅନୁପ୍ କୁମାର ମଲ୍ଲିକ , ସମ୍ମାନିତ ଅତିଥି ପୈ|ରପାଳିକା ନୀର୍ବାହି ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ ଯୋଗ ଦେଇ ସ୍ବଛ, ବାୟୁ, ଜଳ, ଶବ୍ଦ ଓ କଠିନ ବର୍ଜ୍ୟବସ୍ତୁ ପ୍ରଦୂଷଣ କେମିତି ରୋକି ପାରିବା ସେ ଉପରେ ବିସ୍ତୃତ ଭାବେ ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ । ପରେ ଚିତ୍ରାଙ୍କନ ଓ ବକୃତା ପ୍ରତିଯୋଗୀତାରେ କୃତିତ୍ବ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ । କାର୍ଯ୍ୟ କ୍ରମରେ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସହକାରୀ ପରିବେଶ ଯନ୍ତ୍ରୀ ସୋମରେନ୍ଦ୍ର ନାଥ ମହାନ୍ତି, ସହକାରୀ ପରିବେଶ ଯନ୍ତ୍ରୀ ଚନ୍ଦ୍ରଶେଖର ଚୌହାନ, ପ୍ରଫୁଲ୍ଲ କୁମାର ରାଉଳ,ସୁଶାନ୍ତ କୁମାର ସାହୁ, ସୁବାଷ ଚନ୍ଦ୍ର ମହାପାତ୍ର , ନକୁଳ ସାହୁ ସମେତ ଆଞ୍ଚଳିକ ପ୍ରଦୂଷଣ ବୋର୍ଡର କର୍ମଚାରୀ ମାନେ ସାମିଲ ଥିଲେ ।
1
f600b249-5c54-442c-a949-d6bc81000fab