ଅନୁଗୁଳ: ଭାରତୀୟ ବୈଜ୍ଞାନିକ ସିଭି ରମଣଙ୍କ ଉଦ୍ଦେଶ୍ୟରେ ସୋମବାର ଅନୁଗୁଳ ଗାନ୍ଧିମାର୍ଗସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଛି। ଏହି ଅବସରରେ ଅନୁଗୁଳ ଜିଲ୍ଲା କୃଷି ବିଜ୍ଞାନ ଅଧିକାରୀ ଦେବାଶିଷ ମିଶ୍ର ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ଭାରତୀୟ ବୈଜ୍ଞାନିକଙ୍କ ଅବଦାନ, ପ୍ରତିଟି କ୍ଷେତ୍ରରେ ବିଜ୍ଞାନ ଜୀବନକୁ କିଭଳି ସରଳ କରିଥାଏ ତଥା ବୌଦ୍ଧିକ ଓ ସାମାଜିକ କ୍ଷେତ୍ରରେ ବିଜ୍ଞାନର ବ୍ୟବହାର କରାଗଲେ ମାନବ ଜାତିର ମଙ୍ଗଳ ହେବ ସେ ସମ୍ବନ୍ଧରେ ମତବ୍ୟକ୍ତ କରିଥିଲେ। ଶିକ୍ଷା ବିକାଶ ସମିତି ଓଡ଼ିଶାଙ୍କ ପତ୍ରିକା ପ୍ରମୁଖ ଦେବେନ୍ଦ୍ର କୁମାର ପଟ୍ଟନାୟକ ପ୍ରଧାନ ଆଚାର୍ଯ୍ୟ ପ୍ରସନ୍ନ କୁମାର ପ୍ରଧାନ, ସଂପାଦକ ଧନେଶ୍ବର ନାଏକ ପ୍ରମୁଖ ଉପସ୍ଥିତ ରହି ଶିଶୁଙ୍କୁ ଉତ୍ସାହିତ କରିଥିଲେ। ସହପ୍ରଧାନଆଚାର୍ଯ୍ୟ ପ୍ରତାପ କୁମାର ରଥ ଅତିଥିଙ୍କ ପରିଚୟ ପ୍ରଦାନ କରିଥିବା ବେଳେ କାର୍ଯ୍ୟକ୍ରମ ସଂଯୋଜକ ସଂଗ୍ରାମ କେଶରୀ ଗଡ଼ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ପ୍ରଶ୍ନମଞ୍ଚ, ପତ୍ରବାଚନ, ସାଧାରଣ ଜ୍ଞାନ ଆଦି ପ୍ରତିଯୋଗିତା କରାଯାଇ ଶିଶୁଙ୍କୁ ପୁରସ୍କୃତ କରାଯାଇଥିଲା। ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନୂତନ ଭାବରେ ଉପସ୍ଥିତ ସହିତ କାର୍ଯ୍ୟକ୍ରମ ସଫଳ ହୋଇଥିଲା।
ଜାତୀୟ ବିଜ୍ଞାନ ଦିବସ ପାଳିତ
- Post published:March 1, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
