ମୋବାଇଲ ଓ ସାଇକେଲ ଚୋର ଗିରଫ

You are currently viewing ମୋବାଇଲ ଓ ସାଇକେଲ ଚୋର ଗିରଫ

ଅନୁଗୁଳ: ଅନୁଗୁଳ ଟାଉନ ପୁଲିସ ସୋମବାର ଜଣେ ମୋବାଇଲ ଓ ସାଇକେଲ ଚୋରକୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ, ଶୁଶୁଡ଼ା ଗାଁର ଗିରିଜା ଶଙ୍କର ସାହୁ(୧୯) ସହରର ବିଭିନ୍ନ ଅଞ୍ଚଳରୁ ମୋବାଇଲ ଓ ସାଇକେଲ ଚୋରିକରିଥିଲେ। ଏ ନେଇ ଥାନାରେ ଅନେକ ଅଭିଯୋଗ ହୋଇଥିଲା। ଅଭିଯୋଗପାଇ ପୁଲିସ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଥିଲା। ସୋମବାର ପୁଲିସ ଗିରିଜାଙ୍କୁ ଗିରଫକରି ତାଙ୍କଠାରୁ ୧୫ଟି ପୁରୁଣା ମୋବାଇଲ ଫୋନ୍ ଓ ୪ଟି ସାଇକେଲ ଉଦ୍ଧାର କରିଛି।

Share

Leave a Reply