ପାନ ଦୋକାନୀଙ୍କୁ ମାଡ଼ମାରି ୨ ଯୁବକ ଗିରଫ

0

ଅନୁଗୁଳ : ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ଶୁଶୁଡ଼ା ଗାଁରେ ଜଣେ ପାନ ଦୋକାନୀଙ୍କୁ ମାଡ଼ମାରି ଟଙ୍କା ଲୁଟ ଅଭିଯୋଗରେ ଟାଉନ ଥାନା ପୁଲିସ ରବିବାର ୨ ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଯେ, ଗାଁର ଶ୍ରୀକାନ୍ତ ନାଏକଙ୍କ ପାନ ଦୋକାନରେ ଶନିବାର ମାଟିଆସାହିର ବିକି ପଧାନ(୨୪) ଓ ଚିଣ୍ଟୁ ଓରଫ ସୁବାଷ ପଧାନ ପହଞ୍ଚି ସେମାନଙ୍କ ମଧ୍ୟରେ ପାଟିଗୋଳ ହୋଇଥିଲେ। ଏ ନେଇ ଦୋକାନୀ ସେମାନଙ୍କୁ ମନାକରିବାରୁ ସେମାନେ ଦେକାନୀ ଶ୍ରୀକାନ୍ତଙ୍କୁ ମାଡ଼ମାରି ଦୋକାନରୁ ଟଙ୍କା ଲୁଟକରି ପଳାଇଥିଲେ। ଏ ନେଇ ଶ୍ରୀକାନ୍ତ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁକରି ରବିବାର ୨ ଅଭିଯୁକ୍ତଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି।

online coaching

Leave A Reply

Your email address will not be published.