ମହିଳାଙ୍କୁ ଜବରଦସ୍ତି ଉଲଗ୍ନ କରି ପୂଜାପାଠ କରିଥିବା ଅଭିଯୋଗ, ପୂଜାରୀ ଫେରାର

You are currently viewing ମହିଳାଙ୍କୁ ଜବରଦସ୍ତି ଉଲଗ୍ନ କରି ପୂଜାପାଠ କରିଥିବା ଅଭିଯୋଗ, ପୂଜାରୀ ଫେରାର

ତାଳଚେର: ତାଳଚେର କୋଲିୟରି ଥାନା ଅନ୍ତର୍ଗତ ଜଣେ ମହିଳାଙ୍କୁ ପୂଜକ ତାଙ୍କ ଘରେ ବାନ୍ଧି ଉଲଗ୍ନ କରିବା ସହିତ ପୂଜାପାଠ କରିବା ଘଟଣାକୁ ନେଇ ଥାନାରେ ମାମଲା ରୁଜୁ ହୋଇଛି।

ସୂଚନା ମୁତାବକ, ଯୋରାଗାଡ଼ିଆ ଅଞ୍ଚଳର ପୂଜକ କ୍ଷୀରୋଦ ନାଏକ ଗତ ଶୁକ୍ରବାର ଜଣେ ମହିଳାଙ୍କ ଘରକୁ ପୂଜା କରିବାକୁ ଯାଇଥିଲେ। ମହିଳାଙ୍କୁ ତାଙ୍କ ଶୋଇବା ଘରେ ଏକୁଟିଆ ଦେଖି କ୍ଷୀରୋଦ କବାଟ ବନ୍ଦ କରି ତାଙ୍କ ପାଟି ଏବଂ ହାତକୁ ଏକ କପଡ଼ାରେ ବାନ୍ଧି ଦେଇଥିଲେ। ପରେ ତାଙ୍କୁ ଉଲଗ୍ନ କରି ପୂଜାପାଠ ଆରମ୍ଭ କରିଥିଲେ। କିଛି ସମୟ ପରେ ମହିଳାଙ୍କ ସ୍ଵାମୀ ପହଞ୍ଚି ଘରର କବାଟ ବାଡ଼େଇଥିଲେ। ପୂଜକ ଘର କବାଟ ଖୋଲିଥିଲେ । ଘର ଭିତରେ ପୂଜାପାଠ ହେଉଥିବା ଓ ତାଙ୍କ ସ୍ତ୍ରୀଙ୍କୁ ଉଲଗ୍ନ ଅବସ୍ଥାରେ ବନ୍ଧା ହୋଇଥିବା ଦେଖିଥିଲେ। ଏହାକୁ ନେଇ ମହିଳାଙ୍କ ସ୍ବାମୀ ପୂଜକଙ୍କୁ ପାଟିତୁଣ୍ଡ କରିଥିଲେ। ପୂଜକ କ୍ଷୀରୋଦ ପୂଜା ଶେଷ ହୋଇ ନଥିବା କହି ତାଙ୍କୁ ହତ୍ୟା କରିବେ ବୋଲି ଧମକ ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ଏ ନେଇ ମହିଳା ବୁଧବାର କୋଲିୟରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Share

Leave a Reply