ଆଠମଲ୍ଲିକ ବିଧାୟକଙ୍କୁ ଚାଳକ ସଂଘର ସମ୍ବର୍ଦ୍ଧନା, ଜଣାଇଲେ ଦୀର୍ଘ ଦିନର ଦାବି

0

ଅନୁଗୁଳ: ଆଠମଲ୍ଲିକ ବିଧାୟକ ନଳିନୀକାନ୍ତ ପ୍ରଧାନଙ୍କୁ ତୁରୁଡାସ୍ଥିତ ବାସଭବନରେ ବୁଧବାର ଭେଟିଛନ୍ତି କିଶୋରନଗର ବ୍ଲକ ଡ୍ରାଇଭର ସଂଘ। ପ୍ରଥମେ ଡ୍ରାଇଭର ସଂଘ ପକ୍ଷରୁ ନବ ନିର୍ବାଚିତ ବିଧାୟକଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ପରେ ଚାଳକମାନେ ସେମାନଙ୍କ ସମସ୍ଯା ସମ୍ପର୍କରେ ଆଲୋଚନା କରିଥିଲେ।

ଏଥିସହ କିଶୋରନଗର ବ୍ଲକର ବିଭିନ୍ନ ଅଞ୍ଚଳର କିଭଳି ବିକାଶ ହେବ ସେ ସମ୍ପର୍କରେ ଡ୍ରାଇଭର ସଂଘର କର୍ମକର୍ତ୍ତା ବିଧାୟକଙ୍କ ସହ ଆଲୋଚନା କରିଥିଲେ। ଏ ଅବସରରେ ଚାଳକ ସଂଘର ଶିବଶଙ୍କର ସାହୁ, ଭକ୍ତବନ୍ଧୁ ସାହୁ, ପଲସ୍ତି ସାହୁ, ନଗେନ୍ ରାଉଳ, ଆଦିତ୍ୟ ସାହୁ, ବିଜେଡି ନେତା ତପନ ସାହୁ, ଅଙ୍ଗପଡା ସରପଞ୍ଚ ଜିତେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ଅନ୍ୟପଟେ ଡ୍ରାଇଭରଙ୍କ ସମସ୍ତ ସମସ୍ୟା ରାଜ୍ୟ ସରକାରଙ୍କୁ ଅବଗତ କରାଇବେ ବୋଲି ବିଧାୟକ ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି।

Leave A Reply

Your email address will not be published.

error: Content is protected !!