ଡିଏଭି ସ୍କୁଲ ବନ୍ଦ ପ୍ରସଙ୍ଗ ନେଇ ବିଧାୟକଙ୍କୁ ଭେଟିଲେ ଅଭିଭାବକ

You are currently viewing ଡିଏଭି ସ୍କୁଲ ବନ୍ଦ ପ୍ରସଙ୍ଗ ନେଇ ବିଧାୟକଙ୍କୁ ଭେଟିଲେ ଅଭିଭାବକ

ଅନୁଗୁଳ: ତାଳଚେର ଥର୍ମାଲ୍ ବନ୍ଦ ହେବା ପରେ ଏଠାରେ ଚାଲୁଥିବା ତିନୋଟି ଡିଏଭି ସ୍କୁଲ ବନ୍ଦ ହେବା ନେଇ ନୋଟିସ୍ ପ୍ରକାଶ ପାଇଛି। ଅଭିଭାବକ ସଂଘ ଏହି ମର୍ମରେ ସ୍ଥାନୀୟ ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କୁ ଭେଟିଛନ୍ତି। ସ୍କୁଲ ଅଭିଭାବକ ସଂଘ ପକ୍ଷରୁ ବିଧାୟକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି।

ଥର୍ମାଲ୍ ବନ୍ଦ ହେବା ପରେ ଏନ୍‌ଟିପିସି ପକ୍ଷରୁ ଡିଏଭି ସ୍କୁଲକୁ ଆର୍ଥିକ ଅନୁଦାନ ଦିଆଯାଇପାରିବ ନାହିଁ ଓ ଏହାକୁ ବନ୍ଦ କରିବା ପାଇଁ ଚିଠି ଲେଖିବା ପରେ ୨ ଦିନ ତଳେ ଡିଏଭି ପକ୍ଷରୁ ଆସନ୍ତା ଶିକ୍ଷାବର୍ଷ ଠାରୁ ଏହି ସ୍କୁଲ ଗୁଡ଼ିକୁ ବନ୍ଦ କରାଯିବ ବୋଲି ନୋଟିସ୍ ଦିଆଯାଇଥିଲା। ସ୍କୁଲ ବନ୍ଦ ହେବାକୁ ଥିବାରୁ ଏଠାରେ ଅଧ୍ୟୟନରତ ପ୍ରାୟ ଅଢ଼େଇ ହଜାର ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ଭବିଷ୍ୟତ ନେଇ ସାଧାରଣରେ ଆଲୋଡ଼ନ ସୃଷ୍ଟି ହୋଇଛି। ତୁରନ୍ତ ସ୍କୁଲ ଗୁଡ଼ିକ ବନ୍ଦ ନକରି ପୂର୍ବପରି ଚାଲୁ ରଖୁବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଅଭିଭାବକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏହି ଦାବିପତ୍ର ଦିଆଯାଇଛି । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ ଓ ଗଣଶିକ୍ଷା ବିଭାଗ ସଚିବଙ୍କୁ ଅବଗତ କରାଯାଇ ସମାଧାନ କରାଯିବ ବୋଲି ବିଧାୟକ ଶ୍ରୀ ପ୍ରଧାନ ଅଭିଭାବକ ସଂଘ ପ୍ରତିଶ୍ରୁତି ଦେଇଛନ୍ତି।

Share

Leave a Reply