ଦୁଇଟି ପୃଥକ ଚୋରି ଘଟଣା, ୨ ଜଣଙ୍କୁ ଗିରଫ କଲା ନାଲକୋନଗର ପୋଲିସ

0

ଅନୁଗୁଳ: ନାଲକୋ ନଗର ପୋଲିସ ପୃଥକ ପୃଥକ ଦୁଇଟି ଚୋରି ଘଟଣାରେ ଆଜି ଦୁଇ ଜଣକୁ ଗିରଫ କରିଛି।

online coaching

ସୂଚନା ମୁତାବକ, ନାଲକୋ ନଗର ଡିପିଏସରୁ ଗତ ବର୍ଷ ଡିସେମ୍ବର ମାସରେ ସ୍ଲିପ୍ଟଏସିର ଆଉଟର ମେସିନ ଏବଂ ତମ୍ବା ପାଇପ ଚୋରି ହୋଇଥିବା ନେଇ ସ୍କୁଲ କର୍ତ୍ତୃପକ୍ଷ ନାଲକୋ ଥାନାରେ ଅଭିଯୋଗ କରିଥିଲେ। ପୋଲିସ କେସ ନଂ ୨୭୨/୨୦୨୨ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା। ଆଜି ଅଭିଯୁକ୍ତ ଭରତ ତିରିଆ (୨୨)କୁ ସ୍ମେଲଟର ପ୍ଲାଣ୍ଟ ନିକଟ ଶିଶୁ ହଟିଂ ରୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି।
ସେହିଭଳି କାଣ୍ଡସର କହ୍ନେଇ ନଗରରୁ ଏକ ରାସନ ଦୋକାନରୁ ୪୦ ହଜାର ଟଙ୍କାର ରାସନ ସାମଗ୍ରୀ ଓ ନଗଦ ୨ହଜାର ଟଙ୍କା ଚୋରି ହୋଇଥିବା ନେଇ ଦୋକାନ ମାଲିକ ବୀର କିଶୋର ସାହୁ ଗତ ଜୁଲାଇ ମାସରେ ନାଲକୋ ଥାନାରେ ଅଭିଯୋଗ କରିଥିଲେ। ପୂର୍ବରୁ ମଧ୍ୟ ତାଙ୍କ ଦୋକାନରୁ ଚୋରି ହୋଇଥିବା ସେ ଦର୍ଶାଇଥିଲେ। ପୋଲିସ ୧୩୪/୨୩ରେ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ଆଜି ପୋଲିସ ଦୋକାନ ଚୋରି ଅଭିଯୋଗରେ ମଦନ ଗଡ଼ନାୟକ (୧୯) ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପୋଲିସ କହିଛି।

Leave A Reply

Your email address will not be published.

error: Content is protected !!