ପିତା-ମାତା ସହଭାଗିତା ବୈଠକ

0

ବଇଣ୍ଡା: ସରକାର ଶିକ୍ଷାର ପ୍ରଗତି ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ସେ ଗୁଡିକ କିଭଳି ଛାତ୍ରୀଛାତ୍ରଙ୍କ ପାଖରେ ପହଞ୍ଚିବ ସେ ନେଇ ଅଭିଭାବକ ଓ ଶିକ୍ଷକ ମାନେ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ। ସେମାନଙ୍କର ସମନ୍ବୟ ରହିଲେ ଶିକ୍ଷାର ଉନ୍ନତି ହୋଇ ପାରିବ ବୋଲି ବୁଧବାର କିଶୋରନଗର ବ୍ଲକ ଫୁଲମ୍ବା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ପିତା-ମାତା ସହଭାଗୀତା ବୈଠକରେ ଯୋଗ ଦେଇଥିବା ଅତିଥି ମାନେ ମତପ୍ରକାଶ କରିଛନ୍ତି।

ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ କିଶୋରନଗର ବିଡ଼ିଓ ବିନୋଦ ବିହାରୀ ବେହେରା, ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ଏସଟିଏସସି ବିଭାଗର ଡେପୁଟି ଡାଇରେକ୍ଟର ସଂଘମିତ୍ରା ଦାସ, ଜିଲ୍ଲା ମଙ୍ଗଳ ଅଧିକାରୀ ଦିଲ୍ଲୀପ କୁମାର ମିଶ୍ର, ସିଆରସିସି ଶରତ ଚଦ୍ର ସେଠି, ଶିକ୍ଷକ ପ୍ରଦୀପ କୁମାର ମାଝୀ,ଅଞ୍ଜନା ସାହୁ, ଶିବରାମ ସାହୁ, ସତ୍ୟଜିତ ସାହୁ, ଧରଣୀଧର ସେଠି, ଅଭିଭାବକ ସନକ ବେହେରା, ରୀନା ବେହେରା,ସଞ୍ଜୀବ କୁମାର ସାହୁ, ଶାନ୍ତି ପ୍ରଧାନ, ବିଷ୍ଣୁ ମୁଣ୍ଡା, ବୃଷଭ ନାୟକଙ୍କ ସମେତ ବହୁ ଅଭିଭାବକ ଯୋଗ ଦେଇଥିଲେ।

ଏଥିରେ ସରକାରୀ ବିଦ୍ୟାଳୟକୁ ଆସୁଥିବା ସମସ୍ତ ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା। ବିଭିନ୍ନ ପ୍ରକାର ଷ୍ଟଲ ମଧ୍ୟ ପ୍ରଦର୍ଶିତ ହୋଇଥିଲା। ଏହି ବୈଠକରେ ବିଭିନ୍ନ ସାଂସୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶେଷରେ କୃତୀ ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ।

Leave A Reply

Your email address will not be published.

error: Content is protected !!