ଏଆଇଡିୱାଇଓର ତୃତୀୟ ଜିଲ୍ଲା ସମ୍ମିଳନୀ ଉଦ୍‌ଯାପିତ

You are currently viewing ଏଆଇଡିୱାଇଓର ତୃତୀୟ ଜିଲ୍ଲା ସମ୍ମିଳନୀ ଉଦ୍‌ଯାପିତ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଏଆଇଡିୱାଇଓର ତୃତୀୟ ଜିଲ୍ଲା ସମ୍ମିଳନୀ ରବିବାର ଉଦ୍‌ଯାପିତ ହୋଇଯାଇଛି। ସମସ୍ତ ବେକାରଙ୍କୁ କର୍ମ ନିଯୁକ୍ତି, ବେକାରଙ୍କୁ ନିଯୁକ୍ତି ଦେବା ପର୍ଯ୍ୟନ୍ତ ଯୋଗ୍ୟତା ଅନୁସାରେ ବେକାରୀ ଭତ୍ତା ପ୍ରଦାନ କରିବା, ଶିକ୍ଷା, ସ୍ୱାସ୍ଥ୍ୟ ସମେତ ସମସ୍ତ ବିଭାଗ, ଶିଳ୍ପ ଓ ଖଣିଖାଦାନ ଗୁଡିକରେ ଖାଲି ପଡିଥିବା ପଦଗୁଡିକ ପୂରଣ କରିବା, ଠିକା ନିଯୁକ୍ତି ବନ୍ଦ କରି ସମସ୍ତ ବେକାର ଯୁବକ-ଯୁବତୀ ମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା, ମଦ, ମାଦକଦ୍ରବ୍ୟ ଓ ଅଶ୍ଳୀଳତାର ପ୍ରସାର ବନ୍ଦ କରିବା, କୃଷି ବିରୋଧୀ ତିନି କଳା କୃଷି ଆଇନ୍ ଗୁଡିକୁ ବାତିଲ କରିବା ଆଦି ଦାବିରେ ତୃତୀୟ ଅନୁଗୁଳ ଜିଲ୍ଲା ସ୍ତରୀୟ ଯୁବ ସମ୍ମିଳନୀ ସ୍ଥାନୀୟ ନବକୃଷ୍ଣ ଚୌଧୁରୀ ସ୍ମୃତି ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ବିଷ୍ଣୁ ସାହୁ ଓ ଉପସଭାପତି କିଶୋର ବିଶ୍ବାଳ, ଜ୍ୟୋତ୍ସ୍ନା ସାମଲ, ଅମୂଲ୍ୟ ସାହୁଙ୍କୁ ନେଇ ଗଠିତ ସଭାପତି ମଣ୍ଡଳୀର ପରିରଳନାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ସମ୍ମାନୀତ ଅତିଥି ଭାବେ ବରିଷ୍ଠ ଓକିଲ ପ୍ରମୋଦ କୁମାର ପ୍ରଧାନ ଯୋଗଦେଇ ଯୌବନକୁ ବିପଥଗାମୀ ନକରି ସମାଜ ପ୍ରଗତିରେ ଯୁବକ-ଯୁବତୀମାନେ ନିୟୋଜିତ ହେବାକୁ ଆହ୍ବାନ ଦେଇଥିଲେ। ମୁଖ୍ୟବକ୍ତା ଭାବେ ସଙ୍ଗଠନର ରାଜ୍ୟ ସଭାପତି ବିଜୟାନନ୍ଦ ମଲ୍ଲିକ, ଉପସଭାପତି ମାନସ ପାଳ ଓ ଏସୟୁସିଆଇ(କମ୍ୟୁନିଷ୍ଟ) ଜିଲ୍ଲା ସମ୍ପାଦକ ଭିକାରୀ ପ୍ରଧାନ ପ୍ରମୁଖ ବକ୍ତବ୍ୟ ପ୍ରଦାନକରି ଯୁବକ-ଯୁବତୀମାନେ ଯୁବ ଜୀବନର ଜ୍ଵଳନ୍ତ ସମସ୍ୟା ସମାଧାନ ପାଇଁ ଉନ୍ନତ ନୀତିନୈତିକତା, ମୂଲ୍ୟବୋଧ ଭିତ୍ତିରେ ସଚେତନ ସଙ୍ଗଠିତ ଯୁବ ଆନ୍ଦୋଳନ ଗଢ଼ି ତୋଳିବାକୁ ଆହ୍ବାନ ଦେଇଥିଲେ। ଆଗାମୀ ଦିନରେ ଜିଲ୍ଲାରେ ସଙ୍ଗଠନକୁ ଆହୁରି ମଜଭୁତ କରିବା ପାଇଁ ନିରଞ୍ଜନ ନାୟକ ସଭାପତି ଓ କୈଳାସ ସାହୁ ସମ୍ପାଦକଙ୍କ ସମେତ ଏକ ୪୮ଜଣିଆ କମିଟିକୁ ସମ୍ମିଳନୀରେ ନିର୍ବାଚିତ କରାଯାଇଥିଲା।

Share

Leave a Reply